ଚଳିତ ଗ୍ରୀଷ୍ମରେ ପ୍ରଥମ! ଅଂଶୁଘାତରେ ୩ ମୃତ

ଗୁଣପୁର/କାଲିମେଳା/ବୌଦ୍ଧ : ଆଜି ରାଜ୍ୟର କେତେକ ସ୍ଥାନରେ ଅଂଶୁଘାତ ଜନିତ କାରଣରୁ ୩ ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ସେମାନଙ୍କ ମଧ୍ୟରୁ ଅବିଭକ୍ତ କୋରାପୁଟ ଜିଲ୍ଲାର ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ବୌଦ୍ଧରେ ଜଣଙ୍କର ମୃତ୍ୟୁ ହୋଇଛି।

ଅବିଭକ୍ତ କୋରାପୁଟ ଜିଲ୍ଲାର ମୃତକ ଦ୍ୱୟ ହେଲେ ରାୟଗଡା ଜିଲ୍ଲା ପୁଟାସିଂ ଥାନା ଅନ୍ତର୍ଗତ ଲିମାଲିଗୁଡା ଗ୍ରାମର ଫ୍ରାନସିସ ଶବର(୪୫) ଓ ମାଲାକନଗିରି ଜିଲ୍ଲା ପୋଟେରୁ ଫାଣ୍ଡି ଅନ୍ତର୍ଗତ ଚିତ୍ରାଙ୍ଗପାଲୀ ପଞ୍ଚାୟତ ସୁପାଲୁ ଗ୍ରାମର ସନା ବେଟି(୫୫)। ସେହିଭଳି, ବୌଦ୍ଧ ବ୍ଲକ ମୁର୍ଷୁଣ୍ଢି ପଞ୍ଚାୟତ ଗମ୍ଭାରୀପଦର ଗ୍ରାମର ବାବୁଲା ସାହୁ (୪୫ବର୍ଷ)ଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବା ପରିବାର ତରଫରୁ ଅଭିଯୋଗ ହୋଇଛି। ୩ ଜଣଙ୍କର ମୃତ୍ୟୁ ଚଳିତ ଗ୍ରୀଷ୍ମଋତୁରେ ପ୍ରଥମ ଘଟଣା ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର