ପେଟ୍ରୋଲ ପମ୍ପ୍‌ରେ ପଶିଲା ବଣୁଆ ହାତୀ

ଯୁଯୁମୁରା : ପେଟ୍ରୋଲ ପମ୍ପ୍‌ରେ ପଶିଲା ବଣୁଆ ଦନ୍ତା ହାତୀ। ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ୍‌ ଝାଙ୍କରପାଲି ପଞ୍ଚାୟତ ଅନ୍ତର୍ଗତ ଭବାନୀପାଲିରେ ଥିବା ଏକ ପେଟ୍ରୋଲ ପମ୍ପରେ ଏହି ଘଟଣା ଦେଖିବାକୁ ମିଳିଛି। ଗୁରୁବାର ରାତି ପ୍ରାୟ ୭ଟାରେ ଜଙ୍ଗଲୀ ଦନ୍ତା ହାତୀଟି ହଠାତ୍ ଜଙ୍ଗଲ ଭିତରୁ ଆସି ପେଟ୍ରୋଲ ପମ୍ପରେ ପଶିଥିଲା। ହାତୀକୁ ଦେଖି ପେଟ୍ରୋଲ ପମ୍ପ କର୍ମଚାରୀ ଭୟରେ ଛାନିଆ ହୋଇ ଏଣେତେଣେ ପଳାଇଥିଲେ। ତେବେ ହାତୀଟି ପେଟ୍ରୋଲ ପମ୍ପ ନିକଟରେ ଥିବା ଏକ ଚା ଦୋକାନକୁ ଭାଙ୍ଗି ଦେଇଛି। ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ହାତୀଟିକୁ ଘଉଡ଼ାଇ ଥିଲେ।

ସମ୍ବନ୍ଧିତ ଖବର