ଭିଜିଲାନ୍ସ ଜାଲରେ ଆନନ୍ଦପୁର ଏବିଇଓ

ଆନନ୍ଦପୁର : ଲାଞ୍ଚ ନେବାବେଳେ ଆନନ୍ଦପୁର ବ୍ଲକ୍‌ର ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ (ଏବିଇଓ) ଅଭିମନ୍ୟୁ ସାହୁ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ପଣସଡ଼ିହା ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୋମନାଥ ରାମଙ୍କଠାରୁ ଏକ ମାମଲା ରଫାଦଫା କରିବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଶ୍ରୀ ସାହୁଙ୍କୁ ଧରିଛନ୍ତି ଭିଜିଲାନ୍ସ ଅଧିକାରୀ।

ପ୍ରାପ୍ତ ସୂଚନା ଅନୁସାରେ, ପ୍ରଧାନଶିକ୍ଷକ ଶ୍ରୀ ରାମ ନିୟମିତ ବିଦ୍ୟାଳୟ ଯାଉନଥିବାରୁ ତାଙ୍କ ନାମରେ ସ୍ଥାନୀୟ ଲୋକେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହି ମାମଲା ରଫାଦଫା କରିବା ପାଇଁ ଏବିଇଓ ଶ୍ରୀ ସାହୁ ତାଙ୍କଠାରୁ ୪୦ ହଜାର ଟଙ୍କା ଦାବି କରିଥିଲେ। ଆଜି ଦିନ ପ୍ରାୟ ୧୨ଟାବେଳେ ପ୍ରଧାନଶିକ୍ଷକ ଶ୍ରୀ ରାମ ୧୦ ହଜାର ଟଙ୍କା ଦେଇଥିଲେ। ଭିଜିଲାନ୍ସ ବିଭାଗ ଅଧିକାରୀମାନେ ଚଢ଼ଉ କରି ଏବିଇଓ ଶ୍ରୀ ସାହୁଙ୍କ ପକେଟରୁ ଉକ୍ତ ଟଙ୍କା ଜବତ କରିଥିଲେ। ଏହି ଘଟଣାରେ ଶ୍ରୀ ସାହୁଙ୍କୁ ଗିରଫ କରାଯାଇଛି। ସେହିପରି ଭିଜିଲାନ୍ସ ପକ୍ଷରୁ ଶ୍ରୀ ସାହୁଙ୍କ କଇନିପୁରାସ୍ଥିତ ବାସଭବନରେ ଚଢ଼ଉ କରାଯାଇଛି। ଏଥି‌ରେ କେନ୍ଦୁଝର ଓ ବାଲେଶ୍ବର ଭିଜିଲାନ୍ସର ଦୁଇଟି ଟିମ୍ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର