କାର୍ଯ୍ୟରେ ଯୋଗଦେଲେ ଭିଜିଲାନସ ଆଇଜି ଅସିତ ପାଣିଗ୍ରାହୀ

କଟକ : ୧୯୯୭ ବ୍ୟାଚ୍‌ର ବରିଷ୍ଠ ଆଇପିଏସ୍‌ ଅଧିକାରୀ ଅସିତ ପାଣିଗ୍ରାହୀ ଭିଜିଲାନସ ଆଇଜି ଭାବେ ଯୋଗଦେଇଛନ୍ତି। ଆଜି ଅପରାହ୍ନରେ ଶ୍ରୀ ପାଣିଗ୍ରାହୀ ଭିଜିଲାନସ ନିର୍ଦ୍ଦେଶାଳୟରେ ଯୋଗ ଦେଇଛନ୍ତି।

ଶ୍ରୀ ପାଣିଗ୍ରାହୀ ଏହା ପୂର୍ବରୁ ଅଗ୍ନିଶମ ବିଭାଗ, ରାଜ୍ୟ ପୁଲିସ ମୁଖ୍ୟାଳୟ, କ୍ରାଇମବ୍ରାଞ୍ଚ, ପୂର୍ବାଞ୍ଜଳ ରେଞ୍ଜ୍‌ ଆଇଜି ଭା‌ବେ ସଫଳତାର ସହିତ କାର୍ଯ୍ୟ କରିଛନ୍ତି। ଶ୍ରୀ ପାଣିଗ୍ରାହୀ ଏହା ପୂର୍ବରୁ ମାଲକାନଗିରି, ଅନୁଗୁଳ, ପୁରୀ, କେନ୍ଦୁଝର, ସମ୍ବଲପୁର ଓ ଯାଜପୁର ଏସ୍‌ପି ଭାବେ କାର୍ଯ୍ୟ କରିଛନ୍ତି। ଜଣେ ଦକ୍ଷ ପୁଲିସ ଅଧିକାରୀ ଭାବେ ୨୦୧୬ରେ ରାଷ୍ଟ୍ରପତି ପଦକ ପାଇଥିଲେ।

ସମ୍ବନ୍ଧିତ ଖବର