ଅନ୍‌ଲାଇନ୍‌ ହେଲା ବିଧାନସଭା ଫାଇଲ କାମ

ଗୃହ ବିବରଣୀ ପୁସ୍ତିକା ଉନ୍ମୋଚିତ

ଭୁବନେଶ୍ବର ଆଜିଠାରୁ ବିଧାନସଭାର ସମସ୍ତ ଫାଇଲ କାମ ଅନ୍‌ଲାଇନ୍‌ ଜରିଆରେ ଆରମ୍ଭ ହୋଇଛି। ନୂଆ ବର୍ଷରେ ଏହି ବ୍ୟବସ୍ଥାକୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି। ଏହାସହିତ ଗୃହ ବିବରଣୀ ପୁସ୍ତିକା ମଧ୍ୟ ଶ୍ରୀ ପାତ୍ର ଉନ୍ମୋଚନ କରିଛନ୍ତି।

ପୁସ୍ତିକା ଉନ୍ମୋଚନ କରିବା ଅବସରରେ ବାଚସ୍ପତି କହିଥିଲେ, ଗୃହ ବିବରଣୀ ପୁସ୍ତିକା କେବଳ ବିଧାନସଭାର ନୁହେଁ ବରଂ ରାଜ୍ୟର ଏକ ଅମୂଲ୍ୟ ସମ୍ପଦ। ପବିତ୍ର ଗୃହରେ ଜନସାଧାରଣଙ୍କ ସମସ୍ୟା ଓ ତାର ସମାଧାନ ସଂକ୍ରାନ୍ତରେ ପ୍ରଦାନ କରୁଥିବା ମତାମତ ଓ ପରାମର୍ଶ ଭବିଷ୍ୟତ ପାଇଁ ଜ୍ବଳନ୍ତ ଦୃଷ୍ଟାନ୍ତ ହୋଇ ରହିବ ବୋଲି ସେ କହିଥିଲେ। ଏହି ପୁସ୍ତିକା ପ୍ରକାଶ କରିବାରେ ସହଯୋଗ କରିଥିବା ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ପରିଶ୍ରମକୁ ବାଚସ୍ପତି ଶ୍ରୀ ପାତ୍ର ଭୂୟଶୀ ପ୍ରଶଂସା କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଧାନସଭା ସଚିବ ଦାଶରଥୀ ଶତପଥୀ, ବାଚସ୍ପତିଙ୍କ ବ୍ୟକ୍ତିଗତ ସଚିବ ପୂର୍ଣ୍ଣଚନ୍ଦ୍ର ଦଳେଇ, ଉପଶାସନ ସଚିବ ମଟରାଜ ଡୁଙ୍ଗଡୁଙ୍ଗ, ଓସ୍ବାସ କାର୍ଯ୍ୟନିର୍ବାହୀ ଅଧିକାରୀ ଲିଲାନ୍ଦ୍ରୀ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର