ବାମରା: ବାଇକ୍‌ ଧକ୍କାରେ ବାମରା ସିଶାଲପଡ଼ାର ଫୁଲ କୁମାରୀ କୁମୁରା (୪୯)ଙ୍କ ମୃତ୍ୟୁ ଘଟିଛି। ଶନିବାର ରାତିରେ ଝରିଆବାହାଲ ପଟୁ ଶାସନ ଥାନା ଅନ୍ତର୍ଗତ କନକିଣ୍ଡା ଗ୍ରାମର ରାଜେଶ ବଢ଼େଇ (୩୮) ବଡ଼ଗାଁ ଥାନା ପୁରୁକାପାଲି ଗାଁକୁ ଯାଉଥିଲେ। ସିଶାଲପଡ଼ାର ଫୁଲକୁମାରୀ ପଡ଼ୋଶୀ ଘରକୁ ‌ଟି‌ଭି ଦେଖି ଫେରୁଥିବା ବେଳେ ରାଜେଶ ତାଙ୍କୁ ପଛପଟୁ ଧକ୍କାଦେଇଥିଲେ। ଉଭୟଙ୍କୁ ଉଦ୍ଧାର କରି ବାମରା ଡାକ୍ତରଖାନାକୁ ନିଆଯାଇଥିଲା।

Advertisment

ପରେ ଫୁଲକୁମାରୀଙ୍କୁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ରବିବାର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଥିଲା। ଗୋବିନ୍ଦପୁର ଥାନା ଏଏସ୍‌ଆଇ ମନୋଜ ନାୟକ ଘଟଣାସ୍ଥଳରେ ପହଞ୍ଚି ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛନ୍ତି। ଦୁର୍ଘଟଣା ଗ୍ରସ୍ତ ବାଇକକୁ ଜବତ କରାଯାଇଛି।