ଛାତ୍ରାବାସରୁ ତୃତୀୟ ଶ୍ରେଣୀର ଛାତ୍ର ନିଖୋଜ

ରାଇରଙ୍ଗପୁର/ଗୋରୁମହିଷାଣୀ: ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ  ଥାନା ଅନ୍ତର୍ଗତ କୁକୁଡ଼ିମୁଣ୍ଡୀ ଆଶ୍ରମରୁ ତୃତୀୟ ଶ୍ରେଣୀ ଛାତ୍ର ଛାତ୍ରାବାସରୁ ତୃତୀୟ ଶ୍ରେଣୀରେ ପଢ଼ୁଥିବା  ଛାତ୍ର ନିଖୋଜ ହେବା ନେଇ ଥାନାରେ ସ୍କୁଲ ପ୍ରଧାନଶିକ୍ଷକଙ୍କ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁସାରେ ପୁଲିସ ଏକ ମାମଲା ରୁଜୁ କରିଛି।
ଖବର ମୁତାବକ ସ୍କୁଲରେ ତୃତୀୟ ଶ୍ରେଣୀରେ ପାଠ ପଢୁଥିବା ଓ ଛାତ୍ରାବାସରେ ରହୁଥିବା ୮ ବର୍ଷର ଛାତ୍ର ଆୟୁଷ ସେଠି (୮) ଗତ ୮ ତାରିଖ ନିଖୋଜ ହୋଇଯାଇଛି। ତାଙ୍କ ପିତାଙ୍କ ନାମ ଆଶିଷ ସେଠି। ତାଙ୍କ ଘର ବଡ଼ମୌଦା ଗ୍ରାମରେ। ଅଭିଯୋଗ ମିଳିବାପରେ ଏନେଇ ଗୋରୁମହିଷାଣୀ ଥାନାରେ ମାମଲା ରୁଜୁ ହେବା ସହ ତଦନ୍ତ ଚାଲିଛି ବୋଲି ସୂଚନା ମିଳିଛି।
ସମ୍ବନ୍ଧିତ ଖବର