କୋଲାବ ଜଳଭଣ୍ଡାରରେ ୪ ଶିଶୁ ବୁଡ଼ିବା ଘଟଣା: ମୁଖ୍ୟମନ୍ତ୍ରୀ ଜଣାଇଲେ ଶୋକ, ଘୋଷଣା କଲେ ସହାୟତା

ଭୁବନେଶ୍ୱର: କୋରାପୁଟ ଜିଲ୍ଲା କୋଲାବ ଜଳଭଣ୍ଡାରରେ ସୋମବାର ୪ଜଣ ଶିଶୁ ବୁଡ଼ିଯାଇ ପ୍ରାଣ ହରାଇବା ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛି। ପ୍ରାଣ ହରାଇଥିବା ପ୍ରତ୍ୟେକ ଶିଶୁଙ୍କ ନିକଟତମ ଆତ୍ମୀୟକୁ ୪ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ମୂଳକ ସହାୟତା ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଶୋକସନ୍ତପ ପରିବାର ବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜଣାଇଛନ୍ତି।

ସମ୍ବନ୍ଧିତ ଖବର