ସାଇବର ଠକେଇ, ଆକାଉଣ୍ଟରୁ ୭୦ ହଜାର ଲୁଟ୍

ବଲାଙ୍ଗୀର: ପୁଇନ୍ତଳା ବ୍ଲକ୍‌ ମହୀମୁଣ୍ଡା ଗାଁର ଧୀରେନ୍ଦ୍ର ନନ୍ଦ ସାଇବର ଠକେଇର ଶିକାର ହୋଇଛନ୍ତି। ତାଙ୍କ ଆକାଉଣ୍ଟରୁ ୭୦ ହଜାର ଟଙ୍କା ହଠାତ୍ ଗାଏବ ହୋଇଯିବା ପରେ ସେ ଥାନାର ଦ୍ବାରସ୍ଥ ହୋଇଛନ୍ତି। ସୂଚନା ଅନୁସାରେ, ଶ୍ରୀ ନନ୍ଦ ତାଙ୍କ ମୋବାଇଲ ଫୋନ୍‌ ଧରି ଖେଳୁଥିଲେ।

ଏହି ସମୟରେ ଏକ ଅଜଣା ନମ୍ବରରୁ କଲ୍‌ ଆସିବାରୁ ଫୋନ୍‌ ଉଠାଇଥିଲେ। ସେପଟୁ କୌଣସି ଉତ୍ତର ନମିଳିବାରୁ କଲ୍‌ କାଟି ଦେଇଥିଲେ। କିଛି ସମୟ ପରେ ତାଙ୍କ ଆକାଉଣ୍ଟ ଯାଞ୍ଚ କରିବାରୁ ୭୦ ହଜାର ଟଙ୍କା ଗାଏବ ହୋଇଯାଇଥିବା ଜାଣି ପାରିଥିଲେ। ଏନେଇ ସଙ୍ଗେ ସଙ୍ଗେ ସେ ପୁଇନ୍ତଳା ଥାନାରେ ଅଭିଯୋଗ କରିଥିଲେ। ପୁଇନ୍ତଳା ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର