ତାଣ୍ଡବ ରଚିବ ‘ଫନି’, ଆଜି ସକାଳେ ପୁରୀରେ ମାଡ଼ ‌ହେବ

୨୦୦ କିଲୋମିଟର ବେଗରେ ବହିବ ପବନ, ୫୦ କିମି ପରିଧିରେ ସାଂଘାତିକ କ୍ଷତି ଆଶଙ୍କା, ପୁରୀ, ଖୋର୍ଧା, ଜଗତସିଂହପୁର, ‌କେନ୍ଦ୍ରାପଡ଼ାକୁ ବେଶି ବିପଦ

ଭୁବନେଶ୍ୱର : ଶୁକ୍ରବାର ସକାଳୁ ସକାଳୁ ଯେ କୌଣସି ମୁହୂର୍ତରେ ଅତି ଭୀଷଣ ରୂପ ଧାରଣ କରି ପୁରୀ ଉପକୂଳରେ ମାଡ଼ ହେବ ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା ‘ଫନି’। ଘଣ୍ଟାପ୍ରତି ୧୭୫ରୁ ୧୮୦ କିଲୋମିଟର ବେଗରେ ପବନ ଛାରଖାର କରିଦେବ ପୁରୀ ସମେତ ଖୋର୍ଧା ଓ ଜଗତସିଂହପୁର ଜିଲ୍ଲା ଉପକୂଳକୁ। ମଝିରେ ମଝିରେ ଘଣ୍ଟାପ୍ରତି ୨୦୦ କିେଲାମିଟର ବେଗରେ ଝଟକା ବି ଦେଇପାରେ ବାତ୍ୟା।

‘ଫନି’ ପୂରା ସ୍ଥଳଭାଗକୁ ଆସିବା ପରେ ତାର ପ୍ରକୋପ କମିବା ଆରମ୍ଭ କରିବ। ହେଲେ ଏହି ପ୍ରକ୍ରିୟା ଶେଷ ହେବା ଲାଗି ପ୍ରାୟ ୩ରୁ ୪ ଘଣ୍ଟା ସମୟ ଲାଗିଯାଇପାରେ। ଭାରତର ପାଣିପାଗ ବିଜ୍ଞାନ କେନ୍ଦ୍ରର ହିସାବ ଅନୁସାରେ ଏହା ସକାଳ ୮ଟାରୁ ଆରମ୍ଭ ହୋଇ ୧୨ଟା ପର୍ଯ୍ୟନ୍ତ ଚାଲିପାରେ। ତେବେ ବାତ୍ୟା ସ୍ଥଳଭାଗକୁ ଆସିବା ସହିତ ଘଣ୍ଟାପ୍ରତି ୧୩୦ରୁ ୧୪୦ କିେଲାମିଟର ପବନ ବେଗ ଥାଇ ପଶ୍ଚିମବଙ୍ଗ ଯିବା ଲାଗି ଆଗକୁ ବଢିବ ‘ଫନି’।

ସ୍ଥିତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ
ବାତ୍ୟା ଅତିକ୍ରମ ନକଲା ଯାଏଁ ଘରେ ରହିବାକୁ ପରାମର୍ଶ
ସମସ୍ତ ଅଫିସ୍‌ ବନ୍ଦ
୧୧ ଲକ୍ଷ ସ୍ଥାନାନ୍ତର ଲକ୍ଷ୍ୟ
୨୪ ଘଣ୍ଟା ବିମାନ ସେବା ବନ୍ଦ, ୪୮ ବିମାନ ବାତିଲ
ତିନି ଦିନ ପାଇଁ ୧୪୩ ଟ୍ରେନ୍ ବାତିଲ୍‌

ରିପୋର୍ଟ ଲେଖାହେବା ବେଳକୁ ‘ଫନି’ର ସ୍ଥିତି ଦର୍ଶାଉଛି ଯେ ପୁରୀର ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଦିଗରେ ମାତ୍ର ୨୪୦ କିଲୋମିଟର ଦୂରରେ ରହିଛି ଏହି ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା। ବିଶାଖାପାଟଣାର ୧୬୦ କିେଲାମିଟର ପୂର୍ବ ଓ ଦକ୍ଷିଣ ପୂର୍ବ ଦିଗରେ େକନ୍ଦ୍ରୀଭୂତ େହାଇଛି। ଏବେ େସଠାରେ ଘଣ୍ଟାପ୍ରତି ୨୦୦ରୁ ୨୧୦ କିେଲାମିଟର ବେଗରେ ପବନ ବହୁଛି। ମଝିରେ ମଝିରେ ୨୨୫ କିେଲାମିଟର ବେଗରେ ଝଟକା େଦଉଛି। ଘଣ୍ଟାକୁ ପାଖାପାଖି ୧୩ କିଲୋମିଟର ବେଗରେ ଆଗଉଛି ଓଡ଼ିଶା ଉପକୂଳକୁ। ମଝିରେ ମଝିରେ ଗତି କମାଇ େଦଉଛି। ହେଲେ ସମୁଦ୍ର ଉପରେ ଯେଉଁ କିଛି ମୁହୂର୍ତ ଅଟକୁଛି, ସେତିକି ଅଧିକ ବଳ ଗୋଟାଇ କରାଳ ରୂପ ଧାରଣ କରୁଛି, ଠିକ୍‍ ୧୯୯୯ ମସିହାର ମହାବାତ୍ୟା ଓ ଫାଇଲିନ୍ ଢାଞ୍ଚାରେ। ସେହିଭଳି ଉତ୍ତରପ୍ରଦେଶରୁ ଓଡ଼ିଶା ଆଡକୁ ଲମ୍ବିଥିବା ଟ୍ରଫ୍ ଲାଇନ୍ ଏହି ବାତ୍ୟାକୁ ଶକ୍ତି େଯାଗାଉଛି। ହେଲେ ସମାନ୍ତରାଳ ଭାବେ ଏକ ରିଜ୍ ଲାଇନ୍ ବାତ୍ୟାକୁ ମୟୂରଭଂଜରୁ ବାଂଲାଦେଶ ଆଡକୁ ଟାଣୁଛି।

ଅନ୍ୟପକ୍ଷରେ ଦକ୍ଷିଣ ଓଡ଼ିଶା ଓ ଉପକୂଳ ଓଡ଼ିଶାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ଆରମ୍ଭ େହାଇଯାଇଛି। ଆନ୍ଧ୍ର ଉପକୂଳରେ ଘଣ୍ଟା ପ୍ରତି ୫୦ରୁ ୬୦ କିେଲାମିଟର େବଗରେ ପବନ ବହୁଥିବା ବେଳେ ଦକ୍ଷିଣ ଓଡ଼ିଶାରେ ଏହାର େବଗ ୩୦ରୁ ୪୦ କିେଲାମିଟର ରହିଛି। ବାତ୍ୟା େଯତିକି ପାଖକୁ ଆସିବ, ବର୍ଷା ଓ ପବନର େବଗ ସେତିକି ବଢିବ। ତା ସହିତ ସମୁଦ୍ର ବି ଅଧିକରୁ ଅଧିକ ଅଶାନ୍ତ େହାଇଉଠିବ।

ପାଣିପାଗ ବିଜ୍ଞାନୀ ଆକଳନ କରି କହୁଛନ୍ତି, ବାତ୍ୟାର କେନ୍ଦ୍ର ବା ଆଖି ଅତ୍ୟନ୍ତ ବିସ୍ତୃତ। ପ୍ରାୟ ୨୪ କିଲୋମିଟର ଲମ୍ୱା ଗୋଲାକାର ଆଖି ଭିତରେ ଭୟଙ୍କର ବେଗରେ ବୁଲୁଛି ପବନ। ତଳ ଏବଂ ଉପର ସ୍ତରକୁ ଘାଣ୍ଟି ଦେଉଛି। ଜଏଣ୍ଟ ଟାଇଫୁନ୍ ଵାର୍ଣ୍ଣିଂ ସେଣ୍ଟରର ହିସାବ ଅନୁସାରେ ଏହାର ଆକାର ୨୯ କିେଲାମିଟର। ବାତ୍ୟା ଆଖି ବାହାରେ ବଳୟ ପାଖାପାଖି ୫୦ କିେଲାମିଟର ରହୁଛି। ଏଣୁ ଆଖି ଉପକୂଳରେ ଥାଇ ଏହି ବଳୟ ସ୍ଥଳଭାଗ ଛୁଇଁବା ସମୟରେ ସର୍ବାଧିକ କ୍ଷତି ପହଞ୍ଚାଇପାରେ ଅର୍ଥାତ୍ ବାତ୍ୟାର ଭୀଷଣତମ ପ୍ରକୋପ ଅନୁଭୂତ ହେବ ଏହି ୫୦ କିଲୋମିଟର ଲମ୍ୱା ଗୋଲେଇ ଭିତରେ। ସାଟେଲାଇଟରେ ତାର ଚିତ୍ରକୁ ନିେରଖି ଦେଖିଲେ ବାତ୍ୟା ‘ଫନି’ େଯ ଅତ୍ୟନ୍ତ ଭୟାନକ ରୂପ ଧାରଣ କରି ଉପକୂଳ ଆଡ଼କୁ ମାଡ଼ି ଆସୁଛି, ତାହା ସ୍ପଷ୍ଟ ଭାବେ ଜଣାପଡୁଛି।

ଭାରତର ଆଞ୍ଚଳିକ ପାଣିପାଗ ବିଭାଗ ସୂଚାଉଛି େଯ ପୁରୀର ଦକ୍ଷିଣକୁ େଯ କୌଣସି ସ୍ଥାନରେ ଫନି ମାଡ଼ େହବ। କିନ୍ତୁ ସ୍ଥାନୀୟ ପାଣିପାଗ ବିଜ୍ଞାନୀ ଅଧିକ ହିସାବ ନିକାସ କରି ସୂଚାଉଛନ୍ତି େଯ ଶୁକ୍ରବାର ସକାଳେ ଫନି ପୁରୀ ଉପକୂଳ ସଂଲଗ୍ନ ବା ବ୍ରହ୍ମଗିରି ନିକଟବର୍ତୀ ଅଞ୍ଚଳରେ ମାଡ଼ ହେବ।

ପାଣିପାଗ ବିେଶଷଜ୍ଞ ଡ. ଶରତ ଚନ୍ଦ୍ର ସାହୁଙ୍କ ଆକଳନ କହୁଛି, ଶୁକ୍ରବାର ସକାଳ ୬ଟାରୁ ୧୦ଟା ମଧ୍ୟରେ ‘ଫନି’ ଓଡ଼ିଶା ଉପକୂଳ ସ୍ପର୍ଶ କରିବ। ପୂର୍ବରୁ ଏହା ସନ୍ଧ୍ୟା ସାେଢ ପାଞ୍ଚଟା ସମୟରେ ଓଡ଼ିଶା ଉପକୂଳ ଛୁଇଁବାର ଆକଳନ କରାଯାଇଥିଲା। ବାତ୍ୟା ମାଡ଼ େହବା େବଳକୁ ଏହାର ସର୍ବାଧିକ ପ୍ରଭାବ ପୁରୀ ଓ ଜଗତସିଂହପୁର ଜିଲ୍ଲାରେ ପଡିବ। ପବନର ଭୀଷଣତାରେ ଏହି ଦୁଇ ଜିଲ୍ଲାରେ େଘାର ବିପର୍ଯ୍ୟୟ କରିପାରେ। େକନ୍ଦ୍ରାପଡାରେ ବି। େଖାର୍ଧାର ଚିଲିକା, ବାଲୁଗାଁ, ଟାଙ୍ଗୀ ଆଦି ଅଞ୍ଚଳରେ ମଧ୍ୟ ପ୍ରଭାବ ପଡିପାରେ। ତେବେ ଭୁବନେଶ୍ବରରେ ପବନର େବଗ ଘଣ୍ଟାପ୍ରତି ୧୧୫ କିେଲାମିଟରକୁ କମିଯାଇଥିବ।

ତେବେ ବାତ୍ୟା ପ୍ରଭାବରେ ରାଜ୍ୟରେ ପବନ ସହିତ ପ୍ରବଳ ବର୍ଷା େହବାର ସମ୍ଭାବନା ରହିଛି। ପୁରୀ, ଜଗତସିଂହପୁରରେ ପାଖାପାଖି ୩୦୦ ମିଲିମିଟର ବର୍ଷା େହାଇପାରେ। େଖାର୍ଧା ଓ କଟକରେ ୨୦୦ ମିଲିମିଟର, ଗଞ୍ଜାମରେ ୧୦୦ ମିଲମିଟିର, ଗଜପତି ଆଦି ଅଞ୍ଚଳରେ ୫୦ ମିଲିମିଟରରୁ ଅଧିକ ବର୍ଷା େହବ।

ସେହିଭଳି ବାତ୍ୟାର ଗଭୀର ପ୍ରଭାବ ପୁରୀ, ଜଗତସିଂହପୁର, େକନ୍ଦ୍ରାପଡା, େଖାର୍ଧା, ଭଦ୍ରକ, ବାଲେଶ୍ବର ସମେତ ଗଞ୍ଜାମର ଉତ୍ତରାଞ୍ଚଳରେ ପଡିବ। ଘୂର୍ଣ୍ଣିବାତ୍ୟାର ପ୍ରଭାବ କଟକ, ଯାଜପୁର, ନୟାଗଡ, ମୟୂରଭଂଜ, େକନ୍ଦୁଝର ଓ େଢଙ୍କାନାଳରେ ମଧ୍ୟ ଅନୁଭୂତ େହବ।

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ କହୁଛି ଯେ ସନ୍ଧ୍ୟା ସାଢ଼େ ୫ଟା ସୁଦ୍ଧା ପୁରୀଠାରୁ ବାତ୍ୟା ୨୮୦ କିମି ଦକ୍ଷିଣରେ ରହିଛି। ଏହା ଏବେ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି। ଶୁକ୍ରବାର ସକାଳ ୮ଟା ବେଳେ ପୁରୀର ଦକ୍ଷିଣ ପଶ୍ଚିମରେ ସ୍ଥଳ ଭାଗ ଛୁଇଁବ। ସେତେବେଳେ ପବନର ବେଗ ୧୮୦ କିମିରୁ ଅଧିକ ରହିପାରେ।

ତେବେ ସ୍ଥଳ ଭାଗ ଛୁଇଁବା ପର୍ଯ୍ୟନ୍ତ ଏହାର କେନ୍ଦ୍ରର ୨୦୦ କିମି ଦୂରରେ ପୂର୍ବ ଭାଗରେ ଘଣ୍ଟା ପ୍ରତି ୬୪ କିମି ରହିବ। କେନ୍ଦ୍ରର ୫୫ କିମି ଦୂରରେ ଘଣ୍ଟାପ୍ରତି ବେଗ ୧୧୦ କିମି ରହିବ। ପଶ୍ଚିମରେ ୬୫ କିମି ‌ରହିବ। କେନ୍ଦ୍ରର ଉତ୍ତର-ପଶ୍ଚିମରେ ବେଗ ସବୁଠାରୁ କମ୍‌ ରହିବ। ଆସନ୍ତାକାଲି ସକାଳ ସୁଦ୍ଧା ଗଜପତି, ଗଞ୍ଜାମ, ନୟାଗଡ଼, ପୁରୀ, କନ୍ଧମାଳ, ଖୋର୍ଧାରେ ମଧ୍ୟମରୁ ଭାରି ବର୍ଷା ହେବ। କେନ୍ଦ୍ରୀୟ ଉପକୂଳ ଜିଲ୍ଲାଗୁଡ଼ିକରେ ମଧ୍ୟମ ବର୍ଷା ହେବ। ପ୍ରାୟ ଅନ୍ୟାନ୍ୟ ଅଞ୍ଚଳରେ ମେଘୁଆ ଓ ହାଲକା ବର୍ଷା ହୋଇପାରେ।

୩ ତାରିଖ ସକାଳଠାରୁ ୪ ତାରିଖ ସକାଳ ପର୍ଯ୍ୟନ୍ତ ପୁରୀ, ଖୋର୍ଧା, କଟକ, ଢ଼େଙ୍କାନାଳ, ଅନୁଗୁଳ, କନ୍ଧମାଳ, ଦେବଗଡ଼, କେନ୍ଦୁଝର, ଝାରସୁଗୁଡ଼ା, ମୟୂରଭଞ୍ଜ, ସୁନ୍ଦରଗଡ଼ରେ ଅତିପ୍ରବଳ ବର୍ଷା, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର ତଥା ପୁରୀଠାରୁ ବାଲେଶ୍ବର ପର୍ଯ୍ୟନ୍ତ ସଂଯୋଗ କରୁଥିବା ସରଳରେଖାର ପୂର୍ବ ଭାଗରେ ପବନର ପକୋପ ଅଧିକ ରହିବ। ତେବେ ବର୍ଷା କମ୍‌ ରହିବ। ସରଳରେଖାର ପଶ୍ଚିମରେ ଭାରି ବର୍ଷା ରହିଛି। କେତେକ ସ୍ଥାନରେ ୨୦୦ ମିମି ହୋଇପାରେ। ୪ ତାରିଖ ସକାଳ ପରେ ରାଜ୍ୟରେ ବର୍ଷା ନାହିଁ। ପାଗ ଶୁଖିଲା ରହିବ। ଭୁବନେଶ୍ବରରେ ୧୨୦ ମିମି ବର୍ଷା ହୋଇପାରେ।

ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ଗୋପାଳପୁରଠାରୁ ୬୦ରୁ ୮୦ କିମି ପୂର୍ବରେ ସାଢ଼େ ୫ଟାରେ ଅତିକ୍ରମ କରିବ। ସମୁଦ୍ରରେ ଥିବା ସମୟରେ ବାତ୍ୟାର ଘଣ୍ଟା ପ୍ରତି ପବନର ବେଗ ୨୨୦ କିମି ପର୍ଯ୍ୟନ୍ତ ରହିଥିବ। ତେବେ ଏହାପରେ ପବନର ବେଗ କମିଯିବ। ପୁରୀଠାରେ ସାଢ଼େ ୮ଟାରୁ ସାଢ଼େ ୯ଟାରେ ସ୍ଥଳ ଭାଗ ଛୁଇଁବ। ପୁରୀ ସହରର ଦକ୍ଷିଣ ପଶ୍ଚିମ ଭାଗରେ ପହଞ୍ଚିବ। ସେତେବେଳ ଏହାର ବେଗ ଘଣ୍ଟାପ୍ରତି ୨୦୦ କିମି ରହିଥିବ। ଭୁବନେଶ୍ବରରେ ମଧ୍ୟ ୧୬୦ କିମି ବେଗରେ ପବନ ହେବ। ବାଲେଶ୍ବରଠାରୁ ୩୦ କିମି ଦୂରରେ ବାତ୍ୟା ଅତିକ୍ରମ କରିବ।

ସମ୍ବନ୍ଧିତ ଖବର