କମ୍ରେଡ ପ୍ରସନ୍ନ କୁମାର ପଣ୍ଡାଙ୍କ ନାମରେ ଡାକଟିକଟ ପ୍ରଚଳନ ପ୍ରସଙ୍ଗ: ଅଶ୍ୱିନୀଙ୍କୁ ପତ୍ର ଲେଖିଲେ ଧର୍ମେନ୍ଦ୍ର

ସମ୍ବଲପୁର : ଓଡ଼ିଶା ମାଟିର ବରପୁତ୍ର ବିଶିଷ୍ଟ ସଂଗ୍ରାମୀ, ଜନନେତା, ସମାଜସେବୀ, ମାନବବାଦୀ, ଚାଷୀ, ମୂଲିଆ, ଖଟିଖିଆଙ୍କ ପାଇଁ ସର୍ବଦା ଲଢ଼େଇ କରୁଥିବା କମ୍ରେଡ଼ ସ୍ବର୍ଗତ ପ୍ରସନ୍ନ କୁମାର ପଣ୍ଡାଙ୍କ ଜନ୍ମ ଶତବାର୍ଷିକୀ ଗତ ଦୁଇଦିନ ପୂର୍ବେ ପାଳିତ ହୋଇଯାଇଛି। ଏହି ମର୍ମରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ତାଙ୍କ ସ୍ମୃତିଚାରଣ ଉଦ୍ଦେଶ୍ୟରେ ତାଙ୍କ ନାମରେ ଏକ ଡାକଟିକଟ ପ୍ରଚଳନ କରିବା ପାଇଁ ବିଜେପି ଓଡ଼ିଶା ପ୍ରଦେଶ ସମ୍ପାଦକ ଟଙ୍କଧର ତ୍ରିପାଠୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଅନୁରୋଧ କରିଥିଲେ। ଶ୍ରୀ ତ୍ରିପାଠୀଙ୍କ ଅନୁରୋଧକୁ ରକ୍ଷା କରି ଓ ସ୍ବର୍ଗତ ପଣ୍ଡାଙ୍କୁ ସମ୍ମାନ ଜଣାଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ସମସ୍ତ ବିଷୟ ଉଲ୍ଲେଖ କରି ଏକ ପତ୍ର ଲେଖିଛନ୍ତି। ଏନେଇ ବିଜେପି କ୍ଷେତ୍ରୀୟ ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର