ଡ୍ରାଇଭର ମହାସଂଘର ସମସ୍ୟାକୁ ସରକାର ଶୀଘ୍ର ବିଚାର କରନ୍ତୁ: ନିରଞ୍ଜନ

ଭୁବନେଶ୍ବର : ଡ୍ରାଇଭର ମହାସଂଘ ଦୀର୍ଘ ଦିନ ଧରି ନିଜର ସମସ୍ୟା ଓ ଅସୁବିଧା ସଂପର୍କରେ ସରକାରଙ୍କ ବାରମ୍ବାର ଦୃଷ୍ଟି ଆକର୍ଷଣ କରି ଆସୁଛନ୍ତି। ମାତ୍ର ରାଜ୍ୟ ସରକାର ସଂଘର ଦାବିକୁ ବେଖାତିର କରୁଥିବା ଅଭିଯୋଗ ହୋଇଛି। ନିର୍ବାଚନରେ ପ୍ରଭାବ ପଡ଼ିବା ଆଶଙ୍କା କରି ରାଜ୍ୟ ସରକାର ବଡ଼ ସଂଗଠନମାନଙ୍କ ଦାବିକୁ ମାନି ନେଉଛନ୍ତି। ଡ୍ରାଇଭର ମହାସଂଘର ଦାବିକୁ ରାଜ୍ୟ ସରକାର ନ ଶୁଣିବା ପଛର ପ୍ରମୁଖ କାରଣ ହେଉଛି ସେମାନେ ସରକାରୀ ଦଳ ପାଇଁ ଭୋଟ ସଂଗ୍ରହ କରିପାରିବେ ନାହିଁ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି।

ଦାବି ପୂରଣ ନ ହେବା କାରଣରୁ ସଂଘ ପକ୍ଷରୁ ନିର୍ବାଚନର ଦୁଇଦିନ ପୂର୍ବରୁ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଡାକରା ଦିଆଯାଇଛି। ଯଦି ସଂଘ ପକ୍ଷରୁ ନିର୍ବାଚନର ଦୁଇଦିନ ପୂର୍ବରୁ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ କରନ୍ତି, ତେବେ ବହୁ ବିଭ୍ରାଟ ଦେଖାଯିବାର ଆଶଙ୍କା ରହିଛି। ତେଣୁ ରାଜ୍ୟ ସରକାର ଡ୍ରାଇଭର ଭାଇମାନଙ୍କୁ ନଗଣ୍ୟ ମନେ ନ କରି ସେମାନଙ୍କ ଯୁକ୍ତିଯୁକ୍ତ ଦାବିକୁ ଶୀଘ୍ର ପୂରଣ କରନ୍ତୁ ବୋଲି ଶ୍ରୀ ପଟ୍ଟନାୟକ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର