ଶ୍ରଦ୍ଧାଳୁଙ୍କ ପାଇଁ ଗୁପ୍ତେଶ୍ୱର ଖୋଲିଲା

ବୈପାରିଗୁଡା: ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ଗୁପ୍ତେଶ୍ୱର ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ଖୋଲା ଯାଇଛି। ଶ୍ରଦ୍ଧାଳୁଙ୍କ କରୋନା କଟକଣା ମାନି ବାବା ଗୁପ୍ତେଶ୍ବରଙ୍କୁ ଦର୍ଶନ କରିବାକୁ ହେବ।

ସୂଚନାଯୋଗ୍ୟ, ଓମିକ୍ରମ ସଂକ୍ରମଣ ପରେ ରାଜ୍ୟର ବିଭିନ୍ନ ଧର୍ମ ପୀଠ ବନ୍ଦ ରହିଥିଲା। ପୂଜକ ଏବଂ ସେବକଙ୍କ ଗହଣରେ କେବଳ ପୂଜାର୍ଚ୍ଚନା ଚାଲିଥିବା ବେଳେ ସାଧାରଣ ଭକ୍ତଙ୍କ ପାଇଁ ଦର୍ଶନ ସଂପୂର୍ଣ୍ଣ ମନା ଥିଲା। ତେବେ କୋରାପୁଟ ଜିଲ୍ଲାପାଳ ଅବଦଲ ମହମ୍ମଦ ଅଖତରଙ୍କ ନିର୍ଦ୍ଦେଶ ଅନୁଯାୟୀ ଜିଲ୍ଲାର ସମସ୍ତ ମନ୍ଦିର ସର୍ବସାଧାରଣଙ୍କ ଦର୍ଶନ ପାଇଁ ଦୁଇ ତାରିଖରୁ ଖୋଲାଯିବ। ତେବେ କୋଭିଡ୍ କଟକଣାକୁ ଆଖି ଆଗରେ ରଖି ନିର୍ଦ୍ଦେଶନାମା ଜାରି କରାଯାଇଛି। ମାସ୍କ ପିନ୍ଧିବା, ଦୂରତା ରକ୍ଷା କରିବା, ସାନିଟାଇଜ୍ ବ୍ୟବହାର କରିବା ଉପରେ ଗୁରୁତ୍ଵ ଦିଆଯାଇଛି। ଭୋଗ ଅର୍ପଣ କରିବା ଏବଂ ପ୍ରସାଦ ସେବନ କରିବା ଉପରେ ରୋକ ଲଗାଯାଇଛି। ସମ୍ଭବ ହେଲେ ପୁରୁଷ ଏବଂ ମହିଳା ଶ୍ରଦ୍ଧାଳୁଙ୍କ ପାଇଁ ଅଲଗା ଧାଡ଼ି ସହ ପ୍ରବେଶ ତଥା ପ୍ରସ୍ଥାନ ଦ୍ଵାର ଅଲଗା ରଖିବା ପାଇଁ ପରାମର୍ଶ ଦିଆଯାଇଛି। ନିୟମ ଗୁଡ଼ିକୁ କଡ଼ାକଡ଼ି ଭାବେ ପାଳନ କରିବା ସହ ଅମାନ୍ୟ କଲେ ଆଇନ୍ ଅନୁଯାୟୀ ଦଣ୍ଡନୀୟ ହେବେ ବୋଲି ନିର୍ଦ୍ଦେଶ ଦିଆଯାଇଥିବା ବେଳେ ତହସିଲଦାର ଏବଂ ପୋଲିସ ଆଇଆଇସିଙ୍କୁ ଅନୁଧ୍ୟାନ କରିବା ପାଇଁ କ୍ଷମତା ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର