ବ୍ୟାଙ୍କ କର୍ମଚାରୀଙ୍କୁ ୧୦ ଲକ୍ଷ ଦାଦା ବଟି ମାଗିବା ଅଭିଯୋଗରେ ୨ ଗିରଫ

କୁଆଁରମୁଣ୍ଡା : ଜଣେ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀଙ୍କୁ ଫୋନ୍‌ରେ ୧୦ ଲକ୍ଷ ଦାବି କରିବା, ଟଙ୍କା ନ ଦେଲେ ମାରିଦେବାକୁ ଧମକ ଦେଇଥିବା ଅଭିଯୋଗରେ କୁଆଁରମୁଣ୍ଡା ଫାଣ୍ଡି ପୁଲିସ ୨ ଅଭିଯୁକ୍ତଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ବିଶ୍ରା ରେଳଷ୍ଟେସନ ନିକଟରେ ରହୁଥିବା ଉମେଶ ଚୌହାନ ଓ ରାଏବଗା ଥାନା ପ୍ରତାପପୁର ଅଞ୍ଚଳର ରାଜୀନ ଓସ୍‌ଗା(୩୧)। ଏ ନେଇ ବୀରମିତ୍ରପୁର ଥାନାରେ ୧୩।୨୨ ନଂ ମାମଲା ରୁଜୁହୋଇଛି।

ପୁଲିସ ସୂଚନା ଅନୁସାରେ କୁଆଁରମୁଣ୍ଡା ମାଳିବଗିଚାରେ ରହୁଥିବା ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ଲଛୁ ଟିଗ୍‌ଗାଙ୍କୁ ୩୦ ତାରିଖ ସଂଧ୍ୟାରେ ଅଜଣା ଦୁର୍ବୃତ୍ତ ଫୋନ୍‌କରି ୧୦ ଲକ୍ଷ ଟଙ୍କା ମାଗିବା ସହ ନ ଦେଲେ ମାରିଦେବାକୁ ଧମକ ଦେଇଥିଲା। ଲଛୁ ଏ ନେଇ କୁଆଁରମୁଣ୍ଡା ଫାଣ୍ଡିରେ ଅଭିଯୋଗ କରିଥିଲେ। ବୀରମିତ୍ରପୁର ଏସ୍‌ଡିପିଓ ମାନସ ରଞ୍ଜନ ପ୍ରଧାନ କୁଆଁରମୁଣ୍ଡା ଫାଣ୍ଡି ଅଧିକାରୀ ଶ୍ୟାମଲାଲ ଓରାମଙ୍କ ତତ୍ତ୍ବାବଧାନରେ ଏକ ଟିମ୍‌ ଗଠନ କରି ଅଭିଯୁକ୍ତଙ୍କୁ ଧରିବା ପାଇଁ ତନାଘନା ଚଳାଇଥିଲେ। ଫୋନ୍ ନମ୍ପରକୁ ଆଧାରକରି ଗତକାଲି ପୁଲିସ ବିଶ୍ରାସ୍ଥ ଉମେଶଙ୍କ ଘରେ ଚଢ଼ାଉକରି ତାଙ୍କୁ ଗିରଫ କରିଥିଲା। ଉମେଶଙ୍କୁ ସହଯୋଗ କରିଥିବା ଓ ମୋବାଇଲ୍‌ ନମ୍ବର ଯୋଗାଇ ଦେଇଥିବା ଲଛୁଙ୍କ ଭଣଜା ରାଜୀନଙ୍କୁ ରାଉରକେଲା ମିନି ଷ୍ଟାଡିୟମ୍‌ରେ କାମ କରୁଥିବା ବେଳେ ପୁଲିସ ଆଜି ଗିରଫ କରିଛି।

ସମ୍ବନ୍ଧିତ ଖବର