ପ୍ରସୂତିଙ୍କୁ କାନ୍ଧରେ ବୋହି ହସ୍ପିଟାଲ ନେଲେ ଯବାନ

ମାଲକାନଗିରି : ସୀମାନ୍ତ ଛତିଶଗଡରେ ପ୍ରତିଦିନ ନକ୍ସଲ-ସୁରକ୍ଷା ବାହିନୀଙ୍କ ମଧ୍ୟରେ ଚାଲିଛି ଲଢ଼େଇ। ଏହି ଲଢ଼େଇ ସମୟରେ ମାନବିକତାକୁ ଭୁଲି ନାହାନ୍ତି ଯବାନ। ଆଜି ସେମାନେ ଜଣେ ପ୍ରସୂତିଙ୍କୁ କାନ୍ଧରେ ବୋହି ହସ୍ପିଟାଲରେ ପହଞ୍ଚାଇଥିବା ଦେଖିବାକୁ ମିଳିଛି। ସୂଚନା ଅନୁସାରେ, ମାଲକାନଗିରି ସୀମା ହେଡଲି ଗ୍ରାମର ମହେଶ ଯାଦଭଙ୍କ ପତ୍ନୀ ଶ୍ୱେତା ଯାଦବ ୮ ଦିନ ତଳେ ପ୍ରସବ କରିଥିଲେ। ଏହାପରେ ରକ୍ତସ୍ରାବ ଯୋଗୁଁ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ି ଯାଇଥିଲା। ଗାଁକୁ ରାସ୍ତା ନଥିବାରୁ ଆମ୍ବୁଲାନ୍‌ସ ଯାଇ ପାରୁନଥିଲା। ନକ୍ସଲ ବିରୋଧ କମ୍ବିଂ ଅପରେସନ୍‌ରେ ସାମିଲ୍‌ ହୋଇଥିବା ଆଇଟିବିପି ୪୧ ବାଟାଲିୟନ କମାଣ୍ଡାଣ୍ଟ ସୁରେନ୍ଦ୍ର ଖାତର ଏହି ଖବର ଶୁଣିଥିଲେ। ସେ ତୁରନ୍ତ ଆଟିବିପିର ଏକ ଗାଡିରେ ମହିଳାଙ୍କୁ କିଛି ଦୂର ନେଇଥିଲେ। ରାସ୍ତା ଖରାପ ଯୋଗୁଁ ଗାଡ଼ି ଆଗକୁ ଯାଇ ପାରିନଥିଲା। ଯବାନମାନେ ଏକ ଏକ ଷ୍ଟ୍ରେଚରରେ ମହିଳାଙ୍କୁ କାନ୍ଧରେ ବୋହି ହସ୍ପିଟାଲକୁ ଆଣିଥିଲେ। ଏଥିପାଇଁ ସେମାନଙ୍କୁ ଦୀର୍ଘପଥ ଚାଲିବାକୁ ପଡ଼ିଥିଲା। କିନ୍ତୁ ଅବସ୍ଥା ଗୁରୁତର ରହିଥିବାରୁ ୭୨ଘଣ୍ଟା ପର୍ଯ୍ୟନ୍ତ ନିରୀକ୍ଷଣରେ ରଖାଯିବ ବୋଲି ଡାକ୍ତର କହିଛନ୍ତି।

ସମ୍ବନ୍ଧିତ ଖବର