କଟକ : ଜଷ୍ଟିସ କେ.ଏସ୍‌.ଜାଭେରି ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ପାଇବାକୁ ଯାଉଛନ୍ତି। ସୁପ୍ରିମକୋର୍ଟର କଲେଜିୟମ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ ଜାଭେରୀଙ୍କ ନିଯୁକ୍ତି ଲାଗି ସୁପାରିଶ କରିଛି। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର, ଜଷ୍ଟିସ ରଂଜନ ଗୋଗୋଇ ଓ ଜଷ୍ଟିସ ମଦନ ବି. ଲୋକୁରଙ୍କୁ ନେଇ ଗଠିତ କଲେଜିୟମ ପକ୍ଷରୁ ଏପରି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏ ସଂପର୍କରେ କେନ୍ଦ୍ର ଆଇନ ମନ୍ତ୍ରଣାଳୟକୁ ଅବଗତ କରାଯାଇଛି।

Advertisment

ଏଠାରେ ସୂଚନା ଯୋଗ୍ୟ ଯେ ରାଜସ୍ଥାନ ହାଇକୋର୍ଟର ବରିଷ୍ଠ ବିଚାରପତି ଭାବେ ଜଷ୍ଟିସ ଜାଭେରୀ ୨୦୧୬, ଅଗଷ୍ଟ ୨୪ରୁ କାର୍ଯ୍ୟ କରି ଆସୁଛନ୍ତି। ୧୯୫୮, ଜାନୁଆରି ୫ରେ ଜନ୍ମିତ ଜଷ୍ଟିସ ଜାଭେରୀ ୧୯୮୩ରେ ଓକିଲାତି ଲାଇସେନ୍ସ ହାସଲ କରିଥିଲେ। ୨୦୦୪, ମାର୍ଚ୍ଚ ୭ରେ ତାଙ୍କୁ ଗୁଜୁରାଟ ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ମିଳିଥିଲା।