ଡୁମେରପଡ଼ା ହତ୍ୟା ମାମଲା: ହତ୍ୟାକାରୀକୁ ଆଜୀବନ କାରାଦଣ୍ଡାଦେଶ

କଂଟାବାଞ୍ଜି/ମୁରିବାହାଲ : ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଥାନା ସଦର ପଞ୍ଚାୟତ ଡୁମେରପଡ଼ା ଗାଁରେ ଗତ ୨୦୧୭ ମସିହାରେ ଘଟିଥିବା ହତ୍ୟା ମାମଲାରେ ଶୁକ୍ରବାର କଂଟାବାଞ୍ଜି ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ତାଙ୍କ ରାୟ ଶୁଣାଇଛନ୍ତି। ଏହି ମାମଲାରେ ହତ୍ୟା ଅଭିଯୁକ୍ତ ବିଚିତ୍ର ବେନିଆ (୪୮ବର୍ଷ)କୁ ଦୋଷୀ ସାବ୍ୟସ୍ତ କରି ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ଡ. ପବିତ୍ର ମୋହନ ସାମଲ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି।

ପ୍ରକାଶ ଯେ ୨୦୧୭ରେ ଜମିବାଡ଼ିକୁ ନେଇ ଶ୍ରୀଧର ବେନିଆ ଓ ତାଙ୍କ ପୁତୁରା ବିଚିତ୍ର ବେନିଆଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ସେତେବେଳେ ବିଚିତ୍ରର ଆକ୍ରମଣରେ ଶ୍ରୀଧରଙ୍କ ମୃତ୍ୟୁ ଘଟିଥିଲା। ମୁରିବାହାଲ ଥାନା ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିଲା। ସେହି ସମୟରୁ ଅଭିଯୁକ୍ତ କଂଟାବାଞ୍ଜି ଉପକାରଗାରରେ ଥିଲା।

ସମ୍ବନ୍ଧିତ ଖବର