କରୋନାରେ ମୃତକଙ୍କ ଶବକୁ ଦାହ ପାଇଁ ନିଜ ଆମ୍ବୁଲାନ୍ସରେ ନେଲେ ମନ୍ତ୍ରୀ

ଭଟଲି : ବରଗଡ଼ ଜିଲ୍ଲା ଭଟଲି ବ୍ଲକ ଜାମପାଲି ଗ୍ରାମର ଜଣେ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ମୃତ୍ୟୁ ଖବର ପାଇ ମନ୍ତ୍ରୀ ସୁଶାନ୍ତ ସିଂହ ତାଙ୍କ ଦୁଇ ଜଣ ସହଯୋଗୀଙ୍କ ସହ ସେଠାରେ ପହଂଚି ଥିଲେ। ଶବକୁ ମନ୍ତ୍ରୀ ଶ୍ରୀ ସିଂହ ନିଜ ବ୍ୟକ୍ତିଗତ ଆମ୍ବୁଲାନ୍ସ ଗାଡ଼ିରେ ନେଇ ଶ୍ମଶାନଘାଟକୁ ଯାଇଥିଲେ। ବିଡିଓ ଧୀରେନ୍ଦ୍ର ସେଠୀ, ଅତିରିକ୍ତ ତହସିଲଦାର ରାମକୃଷ୍ଣ ମିଶ୍ର, ବିଜେଡି ବ୍ଲକ ସଭାପତି ଗୋବିନ୍ଦ ପଧାନ ଓ ଭଟଲି ପୁଲିସଙ୍କ ଉପସ୍ଥିତିରେ ଶବଦାହ କରାଯାଇଥିଲା।

ପ୍ରକାଶଥାଉ କି, ମନ୍ତ୍ରୀ ଶ୍ରୀ ସିଂହ ନିଜ ଗାଡ଼ିକୁ ଆମ୍ବଲାନ୍ସ ଭାବରେ ବ୍ୟବହାର କରି ରୋଗୀଙ୍କୁ ନିଜେ ଗାଡ଼ି ଚଳାଇ କେତେବେଳେ କରୋନା ରୋଗୀଙ୍କୁ ହସ୍ପିଟାଲ ପହଞ୍ଚାଇବା ତ କେତେବେଳେ ମୃତକଙ୍କୁ ଶ୍ମଶାନ ପହଞ୍ଚାଇବା ଭଳି କାମ କରୁଛନ୍ତି। ବର୍ତ୍ତମାନର ସଂକଟ ସମୟରେ ମନ୍ତ୍ରୀଙ୍କ ଏଭଳି କାମକୁ ସାଧାରଣ ପ୍ରଶଂସା କରାଯାଉଛି।

ସମ୍ବନ୍ଧିତ ଖବର