ଠେମରା ହତ୍ୟାକାଣ୍ଡର ଅଭିଯୁକ୍ତ କୋର୍ଟଚାଲାଣ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ସଦର ଥାନା ଠେମରା ଗ୍ରାମରେ ଗତ ୨୧ ତାରିଖରେ ହୋଇଥିବା ହତ୍ୟାକାଣ୍ଡର ଅଭିଯୁକ୍ତ ଫେରାର ଥିଲା। ସୋମବାର ପୁଲିସ ଅଭିଯୁକ୍ତ ଟଙ୍କଧର ମେହେରକୁ ଗିରଫ କରି କୋର୍ଟଚାଲାଣ କରିଛି।

ସୂଚନାଥାଉକି ଠେମରା ଗ୍ରାମରେ ପାଣ୍ଡେ ମେହେରଙ୍କୁ ତାଙ୍କ ପୁତୁରା ଟଙ୍କଧର ମେହେର ଟାଙ୍ଗିଆରେ ଆକ୍ରମଣ କରିଥିଲା। ଗୁରୁତର ଅବସ୍ଥାରେ ଭବାନୀପାଟଣା ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ପାଣ୍ଡେଙ୍କ ମୃତ୍ୟୁ ହୋଇଥିଲା। ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଥିଲା।

ସମ୍ବନ୍ଧିତ ଖବର