ପୁଣେ‌ରେ ପ୍ରଥମ ଜାତୀୟ ସାମ୍ବାଦିକତା ସମ୍ମିଳନୀ

ଭୁବନେଶ୍ବର : ପୁଣେସ୍ଥିତ ମହାରାଷ୍ଟ୍ର ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରେ ପ୍ରଥମ ଜାତୀୟ ସାମ୍ବାଦିତକା ପରିଷଦ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଦେଶର ବଭିନ୍ନ ଅଞ୍ଚଳରୁ ଆସିଥିବା ସାମ୍ବାଦିକମାନେ ସାମ୍ବ‌ାଦିକତାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ଏହି ସମ୍ମିଳନୀରେ ଭାଗ ନେଇ କନକ ନ୍ୟୁଜ୍ ସଂପାଦକ ମନୋରଞ୍ଜନ ମିଶ୍ର ବୈଦ୍ୟୁତିକ ଓ ଡିଜିଟାଲ ଗଣମାଧ୍ୟମର ଅନୁଶାସନ ପ୍ରସଙ୍ଗରେ ମତ ରଖିଥିଲେ। ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଯଯାତି କରଣ, ଆରଏନ ଭାସ୍କର, ପ୍ରକାଶ ଦୁବେ, ରାହୁଲ ମହାଜନ, ଚେତନ ଶର୍ମା, ଅରୁପ ଘୋଷ, ଅନୁରାଧା ପରାସର ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର