ଚାଇନା ପାରା ବ୍ୟାଡ୍‌ମିଣ୍ଟନ୍‌ କ୍ବାର୍ଟର୍‌ରେ ପ୍ରମୋଦ

ଭୁବନେଶ୍ବର: ଓଡ଼ିଆ ପୁଅ ପ୍ରମୋଦ ଭଗତ ଚଳିତ ଚାଇନା ପାରା ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତାର ଉଭୟ ପୁରୁଷ ଏକକ ଓ ଯୁଗଳର କ୍ବାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ଗୁରୁବାର ଏକକ ପ୍ରି-କ୍ବାର୍ଟର ଫାଇନାଲ୍‌ରେ ପ୍ରମୋଦ ୨୧-୭, ୨୨-୨୦ରେ ଫ୍ରାନ୍ସର ମାଥ୍ୟୁ ଥୋମାସଙ୍କୁ ପରାସ୍ତ କରିଥିଲେ। ସେହିଭଳି ଯୁଗଳରେ ମନୋଜ ସରକାର ଓ ପ୍ରମୋଦ ୨୧-୭, ୧୪-୨୧, ୨୧-୧୫ରେ ଚୀନ୍‌ର ଜିଆଉ ଚେନ୍‌ ଓ ୟୁୟ‌ାଙ୍ଗ ଗାଓଙ୍କୁ ହରାଇ ଦେଇଥିଲେ। ଶୁକ୍ରବାର ଉଭୟ ବର୍ଗର କ୍ବାର୍ଟର ଫାଇନାଲ୍‌ ଖେଳାଯିବ।

ସମ୍ବନ୍ଧିତ ଖବର