ରାଜ୍ୟରେ କରୋନା ଟିକା ନେଲେଣି ଦେଢ଼ ଲକ୍ଷ ଲୋକ

ଭୁବନେଶ୍ବର: ରାଜ୍ୟରେ ଦେଢ଼ ‌ଲକ୍ଷ ଲୋକଙ୍କୁ ଦିଆଗଲାଣି କରୋନା ଟିକା। ଟୁଇଟ କରି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଦେଶରେ ଟିକାକରଣରେ ଓଡ଼ିଶା ଆଗରେ ରହିଛି। ସରକାର ଟିକାକରଣ ପ୍ରକ୍ରିୟାକୁ ଜୋରଦାର କରିଛନ୍ତି। ସଠିକ ସମୟରେ ସମସ୍ତ ଆବଶ୍ୟକୀୟ ବ୍ୟବସ୍ଥା କରାଯାଇଛି।

 

ସୂଚନାଯୋଗ୍ୟ, ଦେଶରେ ଗତ ୧୬ ତାରିଖ ଠାରୁ କରୋନା ଟିକାକରଣ ଆରମ୍ଭ ହୋଇଛି। ଦିନକୁ ଦିନ ସ୍ବାସ୍ଥ୍ୟ କର୍ମୀ ଓ ‌କରୋନା ଯୋଦ୍ଧାମାନଙ୍କ ମଧ୍ୟରେ ଟିକା ନେବାରେ ଅଧିକ ଉତ୍ସାହ ଦେଖାଯାଉଛି।

ସମ୍ବନ୍ଧିତ ଖବର