ଦୁଆରସନୀ ଛକ ନିକଟରେ ବାଇକକୁ ପିଟିଲା ବାଇକ : ଜଣେ ମୃତ, ଦୁର୍ଘଟଣା ଘଟାଇଥିବା ବାଇକ ଆରୋହୀଙ୍କ ଆତ୍ମସମର୍ପଣ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ସଦରଥାନା ଅନ୍ତର୍ଗତ ଦୁଆରସନୀ ଛକ ନିକଟରେ ଆଜି ସନ୍ଧ୍ୟାରେ ବାଇକ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହେବା ଘଟଣା ଏଠାରେ ଚାଞ୍ଚଲ୍ୟ ଖେଳି ଯାଇଛି । ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଭବାନୀପାଟଣା ଆମ୍ବଗଛ ପଡାର ସତ୍ୟ କିଶୋର ରାଉତ(୩୮) ସଦର ଥାନା ଅନ୍ତର୍ଗତ ଆଟାଙ୍ଗଗୁଡାରୁ ଭବାନୀପାଟଣାକୁ ଆସୁଥିଲେ । ତାଙ୍କ ପଛେ ପଛେ ବାଇକ ନଂ ସିଜି ୧୭ କେଏଚ ୧୪୪୦ନଂ ବାଇକରେ ଅଭିଷେକ କୁମାର ଦାସ ମଧ୍ୟ ଭବାନୀପାଟଣା ଅଭିମୁଖେ ଆସୁଥିଲେ । ଅଭିଷେକ ସତ୍ୟକିଶୋରଙ୍କ ବାଇକକୁ ପଛପଟୁ ଧକ୍କା ଦେଇଥିଲେ । ଫଳରେ ଘଟଣା ସ୍ଥଳରେ ସତ୍ୟ କିଶୋରଙ୍କ ରାଉତଙ୍କ ମୃତ୍ୟୁ ହୋଇଥିଲା । ଖବର ପାଇ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଶବକୁ ଜବତ କରି ଏକ ମାମଲା ରୁଜୁ କରିଛି । ଅନ୍ୟ ପକ୍ଷରେ ଦୁର୍ଘଟଣା ଘଟାଇଥିବା ଅଭିଷେକ ଦାସ ଭବାନୀପାଟଣା ସଦରଥାନାରେ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର