ପାତଳୀ କ୍ଷେତ୍ରରେ ନେତ୍ରୋତ୍ସବ ଓ ନବ ଯୌବନ ବେଶ

ଉଲୁଣ୍ଡା: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର ପାତଳୀ କ୍ଷେତ୍ରରେ ଆଜି ବିଗ୍ରହଙ୍କ ନେତ୍ର ଉତ୍ସବ ଓ ନବ ଯୌବନ ବେଶ ଅନୁଷ୍ଠିତ ହୋଇଥିଲା। ସ୍ନାନ ପୁର୍ଣିମା ପରେ ଅଣସର ନୀତି ଦଶ ମୂଳ ସେବା, ଅଙ୍ଗ ସେବା ସଂସ୍କାର ସୂର୍ଯ୍ୟ ପୂଜା, ଦ୍ୱାରପାଳ ପୂଜା, ଦ୍ୱାରଫିଟା, ନେତ୍ରତ୍ସବ ପ୍ରତିଷ୍ଠା, ଷୋଡଶ ଉପଚାର ସେବା, ହୋମଯଜ୍ଞ ଆରତୀ, ବିଗ୍ରହ ମାନଙ୍କ ନବ ଯୌବନ ପ୍ରାପ୍ତି, ମନ୍ଦିରରେ ନେତ ବନ୍ଧା, ପୂଜା ନୀତିରେ ପଣ୍ଡିତ ଦେବାର୍ଚ୍ଚନ ଦାସ, ବିଶେଶ୍ୱର ପାଢ଼ୀ, ପୂଜକ ଗୁଣାକାର ପଣ୍ଡା, ମହାରଣା ସେବାୟତ୍ତ, ଓ କର୍ତ୍ତାରେ ଗଡ଼ତ୍ୟା ଚମରକ୍ଷ ଅମାତ, ଚିତ୍ତ ରଞ୍ଜନ ପାଢ଼ୀ ଉପସ୍ଥିତ ଥିଲେ। ଆସନ୍ତା ୨୩ରେ ଘୋଷ ଯାତ୍ରା ଅନୁଷ୍ଠିତ ହେବ ଭକ୍ତଙ୍କୁ ସମ୍ପୂର୍ଣ ବକ୍ଷରଣ କରାଯାଇଥିବା ଟ୍ରଷ୍ଟ ପକ୍ଷରୁ ସୂଚନା ଦେଇଛନ୍ତି। ଟ୍ରଷ୍ଟ ସମ୍ପାଦକ ଉତ୍ତର ପାତ୍ର, ନଳିନୀ ବାଗ, ପୂର୍ଣଚନ୍ଦ୍ର ପାଢ଼ୀ ଉପସ୍ଥିତ ଥିଲେ। କରୋନା ଯୋଗୁଁ ଆଜି ମଧ୍ୟ ଭକ୍ତ ବଂଚିତ ହୋଇ ଥିଲେ ବୋଲି ପୂର୍ଣ ପାଢ଼ୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର