ଲକ୍ଷାଧିକ ଟଙ୍କାର ଶାଗୁଆନ କାଠ ସାମଗ୍ରୀ ଜବତ, ୩ ଅଭିଯୁକ୍ତ ଜେଲ୍‌ ଗଲେ

ବଙ୍ଗୋମୁଣ୍ତା : ବଙ୍ଗୋମୁଣ୍ତା ବନାଞ୍ଚଳ କାର୍ଯ୍ୟାଳୟ ପକ୍ଷରୁ ଲାରିପରା ଗାଁରେ ଚଢ଼ଉ କରାଯାଇ ଲକ୍ଷାଧିକ ଟଙ୍କାର ଶାଗୁଆନ କାଠ ଓ କାଠ ସାମଗ୍ରୀ ଜବତ କରାଯାଇଛି। ଏହି ଘଟଣାରେ ୩ ଜଣ ଅଭିଯୁକ୍ତ ଜେଲ୍‌ ଯାଇଛନ୍ତି। ସେମାନେ ହେଲେ ଟିଟିଲାଗଡ଼ ପାଖ ଭୁସଲାଡ଼ ଗାଁର ନରେନ୍ଦ୍ର ବନଛୁର (୩୧ବର୍ଷ), ମନିଗାଁର ଦଶରଥ ପ୍ରଧାନୀ (୩୭ବର୍ଷ) ଓ କର୍ଲାପଡ଼ା ଥାନା ବୁଢ଼ୀପଦରର ବ୍ରଜ ମାଝି (୪୦ବର୍ଷ)।

ଏମାନେ ଲାରିପରା ଗାଁରେ ଶାଗୁଆନ କାଠ ଓ ସାମଗ୍ରୀ ରଖି ବେପାର କରୁଥିଲେ। କୌଣସି ସୂତ୍ରରୁ ଖବର ପାଇ ବନ ବିଭାଗର ଏକ ଟିମ୍‌ ଚଢ଼ଉ କରିଥିଲା। ପରେ ମାମଲା ରୁଜୁ କରି କୋର୍ଟଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ତିନି ଅଭିଯୁକ୍ତଙ୍କୁ କଣ୍ଟାବାଞ୍ଜି ବିଚାର ବିଭାଗୀୟ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। ଚଢ଼ଉ ଟିମ୍‌ରେ ବନପାଳ ଦିବସ ମାଝୀ, ବନରକ୍ଷକ ଚନ୍ଦ୍ରଶେଖର ଦାସ, ଲୋଚନ ଠେଲା, ନୃପ ବାଗ, ହିମାଂଶୁ ପଣ୍ତା, ଗଙ୍ଗାରାମ ବାଗ ପ୍ରମୁଖ ସାମିଲ ଥିଲେ।

ସମ୍ବନ୍ଧିତ ଖବର