ନିର୍ବାଚନ ପାଇଁ ଏସ୍‌ଆରସି ପକ୍ଷରୁ ଗାଇଡଲାଇନ୍‌ ଜାରି: ଡିଜିଟାଲ ମାଧ୍ୟମରେ ପ୍ରଚାରକୁୁ ଗୁରୁୁତ୍ବ, ଶୋଭାଯାତ୍ରାକୁ ବାରଣ

ଭୁବନେଶ୍ବର: ନିର୍ବାଚନ ପ୍ରଚାର ପାଇଁ ଏସଆରସି ପକ୍ଷରୁ ଆଜି ଗାଇଡଲାଇନ ଜାରି ହୋଇଛି । ଜାନୁଆରି ୫ ତାରିଖରେ ଜାରି ହୋଇଥିବା ଗାଇଡଲାଇନରେ ପରିବର୍ତ୍ତନ କରାଯାଇଛି । ନିର୍ବାଚନ ପରିପ୍ରେକ୍ଷୀରେ କୌଣସି ବଡଧରଣର ସମାବେଶର ଆୟୋଜନ ହୋଇପାରିବ ନାହିିଁ। ସମାବେଶ ଉପରେ କଟକଣା ଲାଗୁ ହୋଇଛି। ପ୍ରାର୍ଥୀମାନେ ଘରକୁ ଘର ବୁଲି ପ୍ରଚାର କରିପାରିବେ। ଏହାରି ଉପରେ ଏସ୍‌ଆରସିଙ୍କ ଗାଇଡଲାଇନ୍‌ରେ ଉଲ୍ଲେଖ କରାଯାଇଛି। ସର୍ବାଧିକ ୫ ଜଣଙ୍କୁ ନେଇ ହୋଇ ପାରିବ ଘରକୁ ଘର ପ୍ରଚାର । ଡିଜିଟାଲ ପ୍ରଚାରକୁ ପ୍ରାଧାନ୍ୟ ଦେବାକୁ ପରାମର୍ଶ ।

କରୋନା ସଂକ୍ରମିତ ପ୍ରାର୍ଥୀ ପ୍ରଚାର କରିପାରିବେ ନାହିଁ । ଡିଜିଟାଲ କିମ୍ବା ଭର୍ଚୁଆ ଜରିଆରେ ହିଁ ହୋଇପାରିବ ପ୍ରଚାର । ରୋଡ ସୋ’, ପଦ ଯାତ୍ରା ସାଇକେଲ, ବାଇକ ରାଲି ହୋଇପାରିବ ନାହିଁ । ବିଜୟ ଶୋଭାଯାତ୍ରାକୁ ବାରଣ କରାଯାଇଛି । ବିଜୟୀ ପ୍ରାର୍ଥୀଙ୍କ ସହ ରହିବେ ସର୍ବାଧିକ ୫ ଜଣ। ପ୍ରାର୍ଥୀମାନେ ଘରକୁଘର ବୁଲି ପ୍ରଚାର କରିବେ।। କୌଣସି ବଡ଼ଧରଣର ସମାବେଶ ହୋଇପାରିବ ନାହିଁ।

ଗଣତି ପରେ କୌଣସି ବିଜୟ ଶୋଭାଯାତ୍ରା ହେବ ନାହିଁ। ଗଣତି ସମୟରେ ବାହାରେ ଲୋକ ବହୁ ସଂଖ୍ୟାରେ ଲୋକେ ଏକତ୍ର ହୋଇପାରିବେ ନାହିଁ। ବିଜୟ ଶୋଭାଯାତ୍ରା ବାରଣ ହୋଇଛି। ବିଜୟୀ ପ୍ରାର୍ଥୀଙ୍କ ସହ ସର୍ବାଧିକ ୨ ଜଣ ରହି ପାରିବେ। ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ କ୍ରମେ କଟକଣାକୁ ମଜବୁତ କରିବା ପାଇଁ ଏସ୍‌ଆରଇସିି ଗାଇଡଲାଇନ୍‌ରେ ଉଲ୍ଲେଖ ରହିଛି। କରୋନାା ଗାଇଡଲାଇନ୍‌ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଡ଼ାକାର୍ଯ୍ୟାନୁଷ୍ଠାନ ନିିଆଯିବ।

ସମ୍ବନ୍ଧିତ ଖବର