କଲାମ୍‌ ଦ୍ବୀପରୁ ‘ଅଗ୍ନି-୧’ର ସଫଳ ପରୀକ୍ଷଣ

ବାଲେଶ୍ବର: ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଉଥିବା ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ‘ଅଗ୍ନି-୧’ର ଆଜି ବ୍ୟାବହାରିକ ଉତ୍‌କ୍ଷେପଣ କରାଯାଇଛି। ଗୁରୁବାର ପୂର୍ବାହ୍ଣରେ ଭଦ୍ରକ ଧାମରାସ୍ଥିତ କଲାମ୍‌ ଦ୍ୱୀପରୁ ଡିଆରଡିଓର ପ୍ରତିରକ୍ଷା ବିଜ୍ଞାନୀ ଓ ଭାରତୀୟ ସେନା ଷ୍ଟ୍ରାଟେଜିକ୍‌ ଫୋର୍ସ କମାଣ୍ଡର ବରିଷ୍ଠ ପଦାଧିକାରୀଙ୍କ ଉପସ୍ଥିତିରେ ଏହାର ପରୀକ୍ଷଣ କରାଯାଇଥିଲା। ‘ଅଗ୍ନି-୧’ର ଲକ୍ଷ୍ୟଭେଦ କ୍ଷମତା ୨ ହଜାର କିଲୋମିଟର। ଏଥିରେ ୧ ହଜାର କିଲୋଗ୍ରାମ ପର୍ଯ୍ୟନ୍ତ ଆଣବିକ ଯୁଦ୍ଧାସ୍ତ୍ର ବ୍ୟବହାର କରାଯାଇପାରିବ। ଲଞ୍ଚପ୍ୟାଡ୍‌ରୁ ଉତ୍‌କ୍ଷେପଣ ପରେ ‘ଅଗ୍ନି-୧’ ନିର୍ଦ୍ଧାରିତ ଦୂରତା ଲକ୍ଷ୍ୟଭେଦ କରିଥିଲା।

ସମ୍ବନ୍ଧିତ ଖବର