୭ ଦଫା ଦାବି ନେଇ ସହରାଞ୍ଚଳ ଓ ଗ୍ରାମାଞ୍ଚଳ ଜଳ ଯୋଗାଣ କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଡାକରା

ବାରିପଦା : ଅସ୍ଥାୟୀ କର୍ମଚାରୀମାନଙ୍କୁ ସ୍ଥାୟୀ ନିଯୁକ୍ତି, ୱାର୍କ ଚାର୍ଯ କର୍ମଚାରୀଙ୍କୁ ନିୟମିତ କର୍ମଚାରୀର ମାନ୍ୟତା, ପେନସନ ପ୍ରଦାନ, କୋଭିଡ଼-୧୯ରେ ମୃତ କର୍ମଚାରୀମାନଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କାର କ୍ଷତି ପୂରଣ ପ୍ରଦାନ, ଆଉଟ ସୋର୍ସିଂ କର୍ମଚାରୀମାନଙ୍କୁ କୁଶଳୀ ମଜୁରୀ ଭାବେ ଗ୍ରହଣ କରାଯାଇ ଇପିଏଫ ଓ ଇଏସଆଇର ବ୍ୟବସ୍ଥା ପ୍ରଦାନ ଆଦି ୭ ଦଫା ଦାବି ନେଇ ରାଜ୍ୟ ସଂଘ ବାରମ୍ବାର ଆନ୍ଦୋଳ ଚଳାଇ ଆସିବା ସହ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରାଇ ଆସୁଥିଲେ ମଧ୍ୟ ସରକାର ଦାବିଗୁଡ଼ିକ ପୂରଣ କରାଇବା ଦିଗରେ ଆନ୍ତରିକତା ନ ଥିବାର ପରିଲକ୍ଷିତ ହୋଇଛି । କରୋନା ମହାମାରୀ ସହିତ ଜନ ସାଧାରଣ ସଂଘର୍ଷ ଚଳାଇ ଆସୁଥିବା ସମୟରେ ସହରାଞ୍ଚଳ ଓ ଗ୍ରାମାଞ୍ଚଳ ଜଳ ଯୋଗାଣ କର୍ମଚାରୀମାନଙ୍କରେ କାର୍ଯ୍ୟରତ ପ୍ରାୟ ୧୦ ହଜାରରୁ ଅଧିକ କର୍ମଚାରୀ ନିଜ ଜୀବନକୁ ବାଜି ଲଗାଇ ନିରବଚ୍ଛିନ୍ନ ଭାବେ ସେବା ପ୍ରଦାନ କରିଆସୁଛନ୍ତି। କିନ୍ତୁ ସରକାର ଜଳ ଯୋଗାଣ ବିଭାଗକୁ ସମ୍ବେଦନଶୀଳ ଓ ଅତ୍ୟାବଶ୍ୟକ ବିଭାଗ ଭାବେ ବିବେଚନା କରୁ ନାହାନ୍ତି । ଏଣୁ ଆସନ୍ତା ୧୬ରେ ରାଜ୍ୟ ଜନସ୍ୱାସ୍ଥ୍ୟ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଏବଂ ୨୦ରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗଣଧାରଣା ସହ ସ୍ମାରକପତ୍ର ପ୍ରଦାନ କରାଯିବ । ଏହାପରେ ସରକାର ଆନ୍ଦୋଳନକାରୀମାନଙ୍କ ସମସ୍ୟା ସମାଧାନ ନିମନ୍ତେ ଆଲୋଚନା ପାଇଁ ନ ଡ଼ାକନ୍ତି ତେବେ ଆସନ୍ତା ୨୩ରୁ ୨୬ ପର୍ଯ୍ୟନ୍ତ ସରକାରୀ ଛୁଟି ଦିବସରେ ସମସ୍ତ କର୍ମଚାରୀ କାର୍ଯ୍ୟ ବନ୍ଦ କରିବେ । ଏଥି ନିମନ୍ତେ ସରକାର ଉତ୍ତଦାୟୀ ରହିବେ ବୋଲି ରାଜ୍ୟ ସାଧାରଣ ସମ୍ପାଦକ ମନୋଜ କୁମାର ମହାନ୍ତି, କାର୍ଯ୍ୟକାରୀ ସମ୍ପାଦକ ହୃଷିକେଶ ସେଠୀ, ସଂଗଠନ ସମ୍ପାଦକ ସୁରେନ୍ଦ୍ର ସାମଲ, ଶ୍ରୀକାନ୍ତ ଶତପଥୀ, ସୁରେଶ ଚନ୍ଦ୍ର ରଣା, କାରନ ମୁର୍ମୁ ପ୍ରମୁଖ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ସମ୍ବନ୍ଧିତ ଖବର