ନକ୍ସଲ ଖଞ୍ଜିଥିଲେ ବୋମା; ବିସ୍ଫୋରଣରେ ଆହତ ଯୁବକଙ୍କୁ ଜଙ୍ଗଲରେ ଚିକିତ୍ସା କରୁଥିଲେ ମାଓବାଦୀ

ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରୁ ନକ୍ସଲଙ୍କ ଆଉ ଏକ ହିଂସାତ୍ମକ ଘଟଣା ପଦାକୁ ଆସିଛି। ଜଂଗଲରେ ସ୍ଥାନେସ୍ଥାନେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ପ୍ରେସର ବୋମା ଖଞ୍ଜିଥିବା ବେଳେ ଏହାର ଶିକାର ହୋଇଛନ୍ତି ଜଣେ ଯୁବକ। ଗୁରୁତର ବ୍ୟକ୍ତି ‌ହେଲେ ‌ଗୁଡ୍ଡୁ ଲେକାମ (୧୯)।

ସୂଚନା ଅନୁସାରେ ଗତ ୧୧ ତାରିଖ ଦିନ ଗୁଡ୍ଡୁ ଲେକାମ ନିଜ ଗ୍ରାମ କାଚିଲଵାର ଠାରୁ ଜଂଗଲ ରାସ୍ତା ଦେଇ ନେମଡ ଗ୍ରାମକୁ ଚାଲି ଚାଲି ଯାଉଥିଲେ। ତେବେ ଜଂଗଲରେ ନକ୍ସଲଙ୍କ ଦ୍ବାରା ଖଞ୍ଜାଯାଇଥିବା ପ୍ରେସର ବୋମାର ଶିକାର ହୋଇଥିଲେ। ବୋମା ବିସ୍ଫୋରଣରେ ଯୁବକର ଦୁଇଟି ଗୋଡରେ ଗୁରୁତର ଆଘାତ ଲାଗିଥିଲା। ନକ୍ସଲ ଏହା ଜାଣିବା ପରେ ଜଂଗଲରୁ ଗୁଡ୍ଡୁକୁ ଉଦ୍ଧାର କରି ନିଜ କବଜାରେ ରଖିଥିଲେ। ୧୭ ଦିନ କାଳ ଚିକିତ୍ସା ପରେ ମଧ୍ୟ ଗୁଡ୍ଡୁ ଭଲ ନହେବାରୁ ତାଂକ ପରିବାରକୁ ହସ୍ତାନ୍ତର କରିଦେଇଥିଲେ। ପରିବାର ଲୋକେ ଗୁଡ୍ଡୁକୁ ପାଇ ଖୁସି ଜାହିର କରିଥିଲେ ମଧ୍ୟ ତୁରନ୍ତ ବିଜାପୁର ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଗୁଡ୍ଡୁର ଚିକିତ୍ସା ଚାଲୁଥିବା ବେଳେ ଖୁବଶୀଘ୍ର ସେ ଭଲ ହେବ ବୋଲି ଡାକ୍ତର ପ୍ରକାଶ କରିଛନ୍ତି। ପୁଲିସ ଏନେଇ ଏକ ପ୍ରେସ ହିସ୍ତାହାର ଜାରି କରି ନକ୍ସଲଙ୍କ ହିଂସା ବିଷୟରେ ଗଣମାଧ୍ୟମକୁ ଜଣାଇଛନ୍ତି।

 

ସମ୍ବନ୍ଧିତ ଖବର