‌‌‌ଭଉଣୀ ବାହାଘରଥିବା ବେଳେ ଆକାଉଣ୍ଟ ବ୍ଲକ ଦେଖି ଭୋଭୋ ହୋଇ କାନ୍ଦୁଛନ୍ତି ଡେଲିଭରି ବଏ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଜଣେ ଜୋମାଟୋ ‌ଡେଲିଭରି ବଏଙ୍କ ଭିଡିଓ ଭାଇରାଲ ହୋଇଛି। ଯିଏକି ରାସ୍ତାରେ ଛିଡ଼ା ହୋଇ ଭୋଭୋ ହୋଇ କାନ୍ଦୁଥିବା ଭିଡିଓରେ ଦେଖିବାକୁ ମିଳୁଛି।

ଏହି ଭିଡିଓକୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ସୋହମ ଭଟ୍ଟାଚାର୍ଯ୍ୟ ନାମକ ଜଣେ ବ୍ୟକ୍ତି ସେୟାର କରିଛନ୍ତି। ଏଥିରେ ସେ ଉଲ୍ଲେଖ କରିଛନ୍ତି କି, ‘ଉକ୍ତ ଜୋମୋଟୋ ଡେଲିଭରି ଏଜେଣ୍ଟ ଜିଟିବି ନଗର ରାସ୍ତାରେ ବ୍ୟସ୍ତ ହୋଇ ବୁଲୁଥିଲେ ଆଉ ଭୋଭୋ ହୋଇ କାନ୍ଦୁଥିଲେ। ତାଙ୍କୁ କାନ୍ଦିବାର କାରଣ ପଚାରିବାରୁ ସେ କହିଥିଲେ ତାଙ୍କ ଭଉଣୀ ବାହାଘର ମୁଣ୍ଡ ଉପରେ ଅଛି। ଏଭଳି ସମୟରେ ଟଙ୍କାର ଆବଶ୍ୟକ ଥିବା ‌ବେଳେ ଜୋମାଟୋ ତାଙ୍କ ଆକାଉଣ୍ଟ ବ୍ଳକ କରି ଦେଇଛି। ଯେଉଁ କାରଣରୁ ସେ ଟଙ୍କା ଉଠାଇ ପାରୁନାହାନ୍ତି।’

ସୋହମ ଏକ କ୍ୟୁଆର କୋର୍ଡ ସେୟାର କରିଛନ୍ତି। ଏହି କୋର୍ଡ ସେୟାର କରି ସେ ‌ଲୋକଙ୍କୁ ଯାହାର ଯେତିକି ସାମର୍ଥ୍ୟ ସେଇ ଅନୁଯାୟୀ  ଉକ୍ତ ଡେଲିଭରି ବଏଙ୍କୁ ସାହାଯ୍ୟ କରିବାକୁ ଅନୁରୋଧ କରିଛନ୍ତି।

 

ଏହି ଭିଡିଓ ଭାଇରାଲ ହେବାପରେ ଜୋମାଟୋ ପ୍ରତିକ୍ରିୟା ଦେଇ କହିଛି, ‘ଆମେ ଆମ କର୍ମଚାରୀଙ୍କ ସମସ୍ତ ଅସୁବିଧା ବୁଝିଥାଉ। ଯେତିକି ସମ୍ଭବ ହୋଇଥ‌ାଏ ସାହାଯ୍ୟ କରିଥାଉ। ‌ତେବେ ଏହି ଘଟଣାକୁ ଆମେ ଗମ୍ଭୀରତା ସହ ନେଇ ଯାଞ୍ଚ କରିବୁ। ଘଟଣା କ’ଣ ସେ ବିଷୟରେ ସମସ୍ତ ସୂଚନା ଏକାଠି କରିବୁ। କାରଣ ଆମ ପାଇଁ ଗ୍ରାହକ ଓ କର୍ମଚାରୀ ହେଉଛନ୍ତି ଭଗବାନ।’

ସମ୍ବନ୍ଧିତ ଖବର