ଆଇପିଏଲ: କୋଲକାତା ଆଗରେ ୧୮୩ ରନର ଲକ୍ଷ୍ୟ ରଖିଲା ବେଙ୍ଗାଲୁରୁ

ବେଙ୍ଗାଲୁରୁ : ବେଙ୍ଗାଲୁରୁର ଚିନ୍ନାସ୍ବାମୀ ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲର ୧୦ମ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ଆଗରେ ୧୮୩ ରନର ଲକ୍ଷ୍ୟ ରଖିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ।

ଏହି ମ୍ୟାଚରେ କୋଲକାତା ଦଳ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ବେଙ୍ଗାଲୁରୁ ବିରାଟ କୋହଲିଙ୍କ ବିସ୍ଫୋରକ ବ୍ୟାଟିଂ ଜରିଆରେ ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ବିକେଟ ହରାଇ ୧୮୨ ରନ କରିଥିଲା । ବିରାଟ ୫୯ଟି ବଲରେ ୮୩ ରନ କରିଥିଲେ । ନିଜର ଏହି ଇନିଂସରେ ସେ ୪ଟି ଚୌକା ଓ ୪ଟି ଛକା ମାରିଥିଲେ । ସେହିପରି କ୍ୟାମେରନ ଗ୍ରୀନ ୩୩ ରନ ଓ ଗ୍ଲେନ ମାକ୍ସଓ୍ବେଲ ୨୮ ରନ କରିଥିଲେ । କିନ୍ତୁ ଦଳର ଅନ୍ୟ ବ୍ୟାଟ୍ସମ୍ୟାନମାନେ ବଡ଼ ସ୍କୋର କରିବାରେ ବିଫଳ କରିଥିଲେ ।

କୋଲକାତା ପକ୍ଷରୁ ହର୍ଷିତ ରାଣା ଓ ଆନ୍ଦ୍ରେ ରସେଲ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ । ସେହିପରି ସୁନୀଲ ନାରିନ ଗୋଟିଏ ଓ୍ବିକେଟ ନେଇଥିଲେ ।

ଆଇପିଏଲ ୨୦୨୪ରେ ଏପର୍ଯ୍ୟନ୍ତ ବେଙ୍ଗାଲୁରୁ ଦଳ ୨ଟି ମ୍ୟାଚ ଖେଳି ଗୋଟିଏ ବିଜୟ ସହ ୨ ପଏଣ୍ଟ ପାଇଛି । କୋଲକାତା ଗୋଟିଏ ମ୍ୟାଚ ଖେଳି ସେଥିରେ ବିଜୟ ହାସଲ କରି ୨ ପଏଣ୍ଟ ପାଇଛି ।

ସମ୍ବନ୍ଧିତ ଖବର