ଟିକେଟ ନ ପାଇବାରୁ କାନ୍ଦିଲେ କି କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ଚୋୖବେ!

ପାଟନା: ଏବେ ଦେଶରେ ଲୋକସଭା ନିର୍ବାଚନ ପାଇଁ ମାହୋଲ ସରଗରମ ରହିଛି | କେନ୍ଦ୍ରରେ ଶାସକ ବିଜେପି ଏପର୍ଯ୍ୟନ୍ତ ଏହି ନିର୍ବାଚନ ପାଇଁ ୪୦୦ରୁ ଅଧିକ ନାମ ଘୋଷଣା କରିଛି। ନିକଟରେ ଦଳ ବିହାରରେ ୧୭ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲା । ଏଥର ବିହାରରେ ଦଳ ତିନିଜଣ ସାଂସଦଙ୍କ ଟିକେଟ୍ କାଟିଦେଇଛି | ଏଥିରେ ବକ୍ସର ସାଂସଦ ତଥା କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ଚୋୖବେଙ୍କ ନାମ ମଧ୍ୟ ରହିଛି | ଏହି ସମୟରେ ଅଶ୍ୱିନୀ ଚୋୖବେଙ୍କ କାନ୍ଦୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି | ବାସ୍ତବରେ ନିର୍ବାଚନ ମାହୋଲ ମଧ୍ୟରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ଚୋୖବେଙ୍କ ଏକ ଭିଡିଓ ଭାଇରାଲ ହେଉଛି।

ଏହାର କ୍ୟାପ୍ସନରେ ଲେଖାଯାଇଛି ଯେ ଅଶ୍ୱିନୀଙ୍କୁ ବକ୍ସରରୁ ଟିକେଟ୍ ନ ଦିଆଯିବା ପରେ ସେ ବହୁତ କାନ୍ଦୁଛନ୍ତି । ତେବେ ଆଜି ଆମେ ଆପଣଙ୍କୁ ଏହି ଭିଡ଼ିଓର ସତ୍ୟତା ବାବଦରେ କହିବୁ | ବାସ୍ତବରେ ଏହି ଭିଡିଓ ବର୍ତ୍ତମାନ ସମୟର ନୁହେଁ | ଜାନୁଆରୀ ୨୦୨୩ ସମୟରେ ଏହି ଭିଡିଓ ଉତ୍ତୋଳନ କରାଯାଇଥିଲା | ବାସ୍ତବରେ ସେତେବେଳେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ଚୋୖବେ ପାଟନାରେ ଗଣମାଧ୍ୟମକୁ ସମ୍ବୋଧିତ କରୁଥିଲେ।

ଏହି ସମୟରେ ସେ ଜାଣିବାକୁ ପାଇଲେ ଯେ ବିଜେପି ନେତା ପର୍ଶୁରାମ ଚତୁର୍ବେଦୀଙ୍କର ଦେହାନ୍ତ ହୋଇଛି। ଏହି ଖବର ଶୁଣି କେନ୍ଦ୍ର ମନ୍ତ୍ରୀ ସାମ୍ବାଦିକ ସମ୍ମିଳନୀରେ ସମସ୍ତଙ୍କ ସାମ୍ନାରେ କାନ୍ଦିବାକୁ ଲାଗିଲେ। ବିଜେପି କର୍ମୀଙ୍କ ମୃତ୍ୟୁ ଖବର ଶୁଣିବା ପରେ, କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ କୁମାର ନିଜକୁ ସମ୍ଭାଳି ନ ପରି କାନ୍ଦି ପକାଇଥିଲେ | ତେବେ ବର୍ତ୍ତମାନ ଟିକେଟ ନ ପାଇବା ଘଟଣା ସହ ଏହି ଭିଡିଓକୁ ଯୋଡ଼ା ଯାଇ ସୋସିଆଲ ମିଡ଼ିଆ ୟୁଜର୍ସ ସେୟାର କରୁଛନ୍ତି |

ସମ୍ବନ୍ଧିତ ଖବର