ୟାମାହାର ନୂଆ ସ୍କୁଟର ବୁଟିକ୍‌

କୋଲକାତା: ସ୍କୁଟର ବଜାରରେ ନିଜର ସ୍ଥିତିକୁ ସୁଦୃଢ଼ କରିବା ପାଇଁ ଇଣ୍ଡିଆ ୟାମାହା ମୋଟର ପ୍ରାଇଭେଟ ଲିମିଟେଡ ପକ୍ଷରୁ କୋଲକାତାରେ ଏକ ନୂଆ ସ୍କୁଟର ବୁଟିକ୍‌ ଖୋଲାଯାଇଛି। ଚେନ୍ନାଇ, ଭାଇଜାଗ୍‌ ଓ ଜାମସେଦ୍‌ପୁର ପରେ କୋଲକାତାରେ କମ୍ପାନି ଏହାର ବୁଟିକ୍‌ ଖୋଲିଛି। କୋଲକାତାର ଜେସୋର୍‌ ରୋଡ୍‌ର ମଧ୍ୟମଗ୍ରାମଠାରେ କମ୍ପାନିର ଡିଲର ତନୁସ୍କା ଅଟୋମୋବାଇଲ୍ସ ବ୍ୟାନର୍‌ରେ ଏହି ବୁଟିକ୍‌ ଖୋଲାଯାଇଛି। ୭୦୦୦ ବର୍ଗଫୁଟ୍‌ ପରିମିତ ଅଂଚଳରେ ଖୋଲିଥିବା ଏହି ବୁଟିକ୍‌ରେ ୟାମାହାର ସବୁ ସ୍କୁଟରର ବିକ୍ରି ଓ ବିକ୍ରି ପରବର୍ତୀ ସେବା ଉପଲବ୍ଧ ହେବ। ନୂଆ ବୁଟିକ୍‌ ଉଦ୍‌ଘାଟନ ଅବସରରେ କମ୍ପାନିର ବରିଷ୍ଠ ଉପସଭାପତି(ବିକ୍ରି ଓ ବିପଣନ) ରୟ କୁରିଏନ୍‌ କହିଛନ୍ତି ଯେ ପଶ୍ଚିମବଙ୍ଗର ସ୍କୁଟର ବଜାରରେ ନିଜର ବିକ୍ରି ବୃଦ୍ଧି କରିବା ଲାଗି ଏହି ବୁଟିକ୍‌ ଖୋଲାଯାଇଛି।

ସମ୍ବନ୍ଧିତ ଖବର