ଲୁଟେରା ଗିରଫ

ଭୁବନେଶ୍ୱର: ଜଣେ ଡାକ୍ତରାଣୀଙ୍କ ପର୍ସ ଝାମ୍ପି ନେଇ ଫେରାର ଥିବା ଲୁଟେରାକୁ ଗିରଫ କରିଛି ବଡ଼ଗଡ଼ ଥାନା ପୁଲିସ। ସିସିଟିଭି ଫୁଟେଜ୍‌ରୁ ଲୁଟେରାକୁ ଚିହ୍ନଟ କରିବା ପରେ ଗତ ବିଳମ୍ବିତ ରାତିରେ ଚଢ଼ଉ କରି ଲୁଟେରାକୁ ଗିରଫ କରିଛି। ସେ ହେଉଛି, ସହିଦନଗର ଥାନା ଶାନ୍ତିପଲ୍ଲୀ ବସ୍ତିର ପ୍ରତାପ ପଟ୍ଟନାୟକ ଓରଫ ଟୁକୁନା। ତା’ଠାରୁ ୧୨ ହଜାର ଟଙ୍କା ସହ ଅନ୍ୟାନ୍ୟ ଜରୁରୀ କାଗଜପତ୍ର ଜବତ କରାଯାଇଛି। ଅନ୍ୟତମ ଅଭିଯୁକ୍ତ ସନ୍ତୋଷ ରେଡ୍ଡୀ ଫେରାର ହୋଇଯାଇଛି। ସୂଚନା ମୁତାବକ, ଗତ ୧୫ତାରିଖ ଦିନ ଡା. ପଦ୍ମଜା ମିଶ୍ର ମାଷ୍ଟରକ୍ୟାଣ୍ଟିନ୍‌ସ୍ଥିତ ତାଙ୍କ କ୍ଲିନିକ୍‌ରୁ ଫେରୁଥିଲେ। ପାଖାପାଖି ସାଢ଼େ ଗୋଟାଏ ବେଳେ ଲୁଇସ୍‌ ରୋଡ୍‌ରେ ଉଭୟ ଲୁଟେରା ତାଙ୍କୁ ପିଛା କରି ସ୍କୁଟି ସାମ୍ନାରେ ରଖାଯାଇଥିବା ତାଙ୍କ ପର୍ସ ଝାମ୍ପି ନେଇ ଫେରାର ହୋଇ ଯାଇଥିଲେ। ପର୍ସରେ ୪୦ ହଜାର ଟଙ୍କା ସହ ଅନ୍ୟାନ୍ୟ ଜରୁରୀ କାଗଜପତ୍ର ଥିଲା। ତେବେ ଉଭୟ ଲୁଟେରା ୨୦ ହଜାର ଲେଖାଏଁ ବାଣ୍ଟି ନେଇଥି‌ଲେ। ପ୍ରତାପ ୨୦ ହଜାରରୁ ୮ ହଜାର ଖର୍ଚ୍ଚ କରି‌ ଦେଇଥିଲା।

ସମ୍ବନ୍ଧିତ ଖବର