କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ସହରରେ କର୍ଫ୍ୟୁ ଜାରି କଲା ପ୍ରଶାସନ। କେନ୍ଦ୍ରାପଡ଼ା ଉପଜିଲ୍ଲାପାଳ ସଞ୍ଜୟ କୁମାର ମିଶ୍ର ଆସନ୍ତାକାଲି ସକାଳ ୮ଟା ପର୍ଯ୍ୟନ୍ତ କର୍ଫ୍ୟୁ ଘୋଷଣା କରିଛନ୍ତି। ଗୋଷ୍ଠୀ ସଂଘର୍ଷ ହେତୁ ପରିସ୍ଥିତି ଉତ୍ତେଜନା ପୂର୍ଣ୍ଣ ରହିଥିବାରୁ କର୍ଫ୍ୟୁ ଜାରି କରିଛି ପ୍ରଶାସନ।
Sambad is now on WhatsApp
Join and get latest news updates delivered to you via WhatsApp
କେନ୍ଦ୍ରାପଡ଼ା ସହର ସରକାରୀ ହାଇସ୍କୁଲ ପଡ଼ିଆରେ ଏକ ସଭା ଆୟୋଜନକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସୃଷ୍ଟି ହୋଇଥିିବା ଉତ୍ତେଜନା ପରିପ୍ରେକ୍ଷୀରେ ଅଶାନ୍ତ ହୋଇପଡ଼ିଛି କେନ୍ଦ୍ରାପଡ଼ା ସହର। ଗତକାଲି ସମଗ୍ର ସହରରେ ଏଥିପାଇଁ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଥିଲା । ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ପାଇଁ ସହରର ବିଭିନ୍ନ ଛକରେ ବ୍ୟାପକ ପୁଲିସ୍ ମୁତୟନ କରାଯାଇଥିବା ବେଳେ ରାଷ୍ଟ୍ରୀୟ ସୁରକ୍ଷା ସମିତି ପକ୍ଷରୁ ଆଜି ଦିଆଯାଇଥିବା ୧୨ ଘଣ୍ଟିଆ ବନ୍ଦ ଡାକରା ଯୋଗୁଁ ସମଗ୍ର ସହରରେ ଦୋକାନ ବଜାର ବନ୍ଦ ରହିଛି। ଗତକାଲି ଏହି ଘଟଣା ପରେ ସରକାରୀ ହାଇସ୍କୁଲ ପଡ଼ିଆରେ କୌଣସି କାର୍ଯ୍ୟକ୍ରମ ହେବ ନାହିଁ ବୋଲି ପ୍ରଶାସନ ନିଷ୍ପତ୍ତି ନେଇଛି।