ବାଇକ ଦୁର୍ଘଟଣାରେ ଯୁବକ ମୃତ, ସାଥୀ ଫେରାର

ଗଣ୍ଡାବାହାଲି,: ନୂଆପଡ଼ା ଜିଲ୍ଲା ବୋଡ଼େନ ଥାନା ଅନ୍ତର୍ଗତ ବରଗାଁ- ସାଲେକେଲା ରାସ୍ତାରେ ବାଇକ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ବୁଧବାର ସନ୍ଧ୍ୟାରେ ବରଗାଁ ପଞ୍ଚାୟତ ସାଲେପାଲି ଗାଁର ଟିକେଲାଲ ଘିଭେଲା (୩୨) ଓ ଭରୁଆମୁଣ୍ଡା ପଞ୍ଚାୟତ ଢରେଲପଦର ଗାଁର ତରୁଣ ହେର୍ଣ୍ଣା (୩୦) ଏକ ବାଇକ (ସିଜି ୦୪ ଟିୟୁଭି ୩୫୯୭) ଯୋଗେ ନିଜ ଗାଁକୁ ବାହାରିଥିଲେ। ହେଲେ ରାତିରେ ଘରେ ପହଞ୍ଚି ନଥିଲେ। ଗୁରୁବାର ବରଗାଁ-ସାଲେକେଲା ରାସ୍ତା ପାର୍ଶ୍ୱରେ ଉକ୍ତ ବାଇକ ଦୁର୍ଘଟଣାଗ୍ରସ୍ତ ହୋଇ ପଡ଼ିଥିବା ବେଳେ ଟିକେଲାଲଙ୍କ ଶବ ପଡ଼ିଥିବା ଦେଖିବାକୁ ମିଳିଥିଲା।

ପୁଲିସ ଶବ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ଅନ୍ୟପକ୍ଷେ ମୃତ ଟିକେଲାଲଙ୍କ ସାଙ୍ଗ ତରୁଣ ଫେରାର ଥିବା କୁହାଯାଉଛି। ଟିକେଲାଲଙ୍କ ପତ୍ନୀ ତରୁଲତା ଗତ ୪ ମାସ ତଳେ ପ୍ରାଣ ହରାଇଥିଲେ। ବର୍ତ୍ତମାନ ତାଙ୍କର ଏକମାତ୍ର ପୁଅ ଜଗମୋହନ (୧୨) ବାପା ମା’ ଛେଉଣ୍ଡ ହୋଇଯାଇଛି। ଗତ ରାତିରେ ଦୁର୍ଘଟଣା ଘଟିଥିବା ବେଳେ ଟିକେଲାଲଙ୍କ ସାଙ୍ଗ କୁଆଡ଼େ ଗଲେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର