ଅଶ୍ଳୀଳ ମେସେଜ୍‌ ପଠାଇଥିବା ପ୍ରଫେସର୍‌ଙ୍କୁ ଛାତ୍ରୀମାନଙ୍କ ମାଡ଼

ନୂଆଦିଲ୍ଲୀ: ପଞ୍ଜାବର ପଟିଆଲା ଅନ୍ତର୍ଗତ ଛାତ୍ରୀମାନଙ୍କ ପାଇଁ ଉଦ୍ଦିଷ୍ଟ ଏକ ସରକାରୀ କଲେଜରେ ଛାତ୍ରଛାତ୍ରୀମାନେ ଜଣେ ପ୍ରଫେସର୍‌ଙ୍କୁ ମାଡ଼ ଦେଉଥିବାର ଦୃଶ୍ୟ ଥିଲା ବଡ଼ ବିଚିତ୍ର। ମୋବାଇଲ୍‌ ଫୋନ୍‌ରେ ଛାତ୍ରୀମାନଙ୍କ ପାଖକୁ ଅଶ୍ଳୀଳ ମେସେଜ୍‌ ପଠାଇଥିବା ଅଭିଯୋଗରେ ମାଡ଼ ଖାଇଥିଲେ ପ୍ରଫେସର୍‌।

ପଟିଆଲା ସରକାରୀ ମହିଳା କଲେଜରେ ଭିଡିଓଗ୍ରାଫି ହୋଇଥିବା ସେ ଦୃଶ୍ୟକୁ ଏକ ସମ୍ବାଦ ସରବରାହ ସଂସ୍ଥା ରିଲିଜ୍‌ କରିଛି।
ପ୍ରଫେସରମାନେ ଏ ଭଳି ଅପକର୍ମରେ ଜଡ଼ିତ ହେବାରେ ଏଇଟା ପ୍ରଥମ ଘଟନା ନୁହେଁ। ପୂର୍ବରୁ ଏ ବର୍ଷ ଜେଏନ୍‌ୟୁର ଜଣେ ପ୍ରଫେସର୍‌ କେତେ ଜଣ ଛାତ୍ରୀଙ୍କ ସହ ବ୍ୟଭିଚାର କରିଥିଲେ।

ଅଭିଯୁକ୍ତ ପ୍ରଫେସର୍‌ଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଦାବିପୂର୍ବକ ଅନେକ ଛାତ୍ରଛାତ୍ରୀ ପ୍ରତିବାଦ କରିଥିଲେ। ପରେ ସେ ପ୍ରଫେସର୍‌ଙ୍କୁ ଗିରଫ କରାଯାଇ ଜାମିନ୍‌ରେ ଛଡ଼ା ଯାଇଥିଲା।

ଏବେ ପଟିଆରେ ପ୍ରଫେସରଙ୍କୁ ମାଡ଼ ଦିଆଯିବା ଘଟଣା ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଛି। ଅଭିଯୁକ୍ତ ପ୍ରଫେସର୍‌ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଛାତ୍ରୀମାନେ ପ୍ରତିବାଦ କରିଛନ୍ତି।

ସମ୍ବନ୍ଧିତ ଖବର