ଗଣତନ୍ତ୍ରକୁ ସମର୍ଥନ କରି ଭାରତ ଦକ୍ଷିଣ ଏସିଆରେ ଉଦାହରଣ ସୃଷ୍ଟି କରିଛି: ଯୁକ୍ତରାଷ୍ଟ୍ର ଆମେରିକା

ନ୍ୟୁୟର୍କ: ଗଣତନ୍ତ୍ର, ବିବିଧତା ଏବଂ ଆଇନ୍‌ର ଶାସନକୁ ସମର୍ଥନ କରି ଭାରତ ଦକ୍ଷିଣ ଏସିଆ ଏବଂ ବିଶ୍ୱ ପାଇଁ ଉଦାହରଣ ସୃଷ୍ଟି କରିଛି ବୋଲି ବୁଧବାର ଦିନ ସ୍ୱାଧୀନତା ଦିବସ ଅବସରରେ ଯୁକ୍ତରାଷ୍ଟ୍ର ଆମେରିକା ଶୁଭେଚ୍ଛା ଜଣାଇଛି।

ଭାରତର ୭୨ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଯୁକ୍ତରାଷ୍ଟ୍ର ଆମେରିକା ତରଫରୁ ୟୁଏସ୍‌ ସେକ୍ଟ୍ରେଟାରି ଅଫ୍‌ ଷ୍ଟେଟ୍‌ ମାଇକେଲ୍‌ ପୋମ୍ପେଓ ପ୍ରଶଂସା କରି କହିଛନ୍ତି ଯେ ଭାରତୀୟ-ଆମେରିକୀୟ ବଂଶୋଦ୍ଭବ ଏବଂ ତରୁଣ ଛାତ୍ରଛାତ୍ରୀମାନେ ଆମେରିକା ଓ ଭାରତ ମଧ୍ୟରେ ସମ୍ପର୍କ ସୁଦୃଢ଼ କରୁଛନ୍ତି। ସେ କହିଛନ୍ତି: ଆଜି ଭାରତୀୟ ସ୍ୱାଧୀନତା ଦିବସରେ ଆମେ ଭାରତକୁ ଶୁଭେଚ୍ଛା ଜଣାଉଛୁ। ଅଭିନବ ସଭ୍ୟତା, ଗଣତନ୍ତ୍ରର ଅନୁଗାମୀ, ବନ୍ଧୁ ଭାରତ ବିଶ୍ୱ ଶକ୍ତିରେ ସମୁଚ୍ଚିତ ସ୍ଥାନ ମଣ୍ଡନ କରି ନିୟମ ଆଧାରିତ ଆଦେଶକୁ ବଞ୍ଚାଇ ରଖିବାରେ ଆମର ଉଦ୍ୟମକୁ ସହାୟ ହେଉଛି।
ପୁରାତନ ଓ ସର୍ବବୃହତ୍‌ ଗଣତନ୍ତ୍ରର ସଦସ୍ୟ ଭାବେ ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଭାରତର ଲୋକେ ସର୍ବଦା ନିବିଡ଼ ବନ୍ଧୁତା ଉପଭୋଗ କରିଛନ୍ତି। ଆମେ ଭାରତୀୟ-ଆମେରିକୀୟ ବଂଶୋଦ୍ଭବଙ୍କ ନିକଟରେ କୃତଜ୍ଞ। ଛାତ୍ରଛାତ୍ରୀ ବିନିମୟ ଯୋଗୁଁ ବୃଦ୍ଧି ପାଉଥିବା ତରୁଣଙ୍କ ସଂଖ୍ୟା ଦୁଇ ଦେଶ ମଧ୍ୟରେ ବନ୍ଧନ ଦୃଢ଼ କରୁଛି।

ପୋମ୍ପେଓ କହିଛନ୍ତି ଯେ ଦୁଇ ଦେଶର ଜନଗଣଙ୍କ ମଧ୍ୟରେ ଯେଉଁ ମୂଲ୍ୟବୋଧ ଆଦାନ ପ୍ରଦାନ କରାଯାଉଛି ସ୍ୱାସ୍ଥ୍ୟ, ଶକ୍ତି, ପରିବେଶ, ବିଜ୍ଞାନ ଏବଂ ଉଚ୍ଚ ପ୍ରଯୁକ୍ତିବିଦ୍ୟାକୁ ଉତ୍ସାହ ଦେବାରେ ଅବଦାନ ରହିଛି ତାହା ଭବିଷ୍ୟତରେ କର୍ମସଂସ୍ଥାନ ଓ ସମୃଦ୍ଧି ଆଣିଦେବ।

ସମ୍ବନ୍ଧିତ ଖବର