ଭୁବନେଶ୍ୱର: ଓଲିଉଡର ଜଣାଶୁଣା କମେଡିଆନ୍ ପପୁ ପମ୍ପମ୍ ଯେତେବେଳେ ନାବାଳିକା ଅସଦାଚରଣ ମାମଲାରେ ଜେଲ୍ରୁ ଫେରିଥିଲେ, ସେତେବେଳେ ପୁଣି ତାଙ୍କୁ କାମ ମିଳି ଯାଇଥିଲା। କୁହାଗଲା ଯେ ସେ ଜେଲରୁ ଫେରିବା ମାତ୍ରେ, ଏକ ନୂଆ ଫିଲ୍ମ ପାଇଥିଲେ। ସେହି ସିନେମାର ନାଆଁ ଥିଲା ‘ସୁରଦାସ୍’। ଏହାର ପ୍ରଯୋଜନା କରୁଥିଲେ ବିଖ୍ୟାତ ନିର୍ମାତା ଅକ୍ଷୟ କୁମାର ପରିଜା।
Sambad is now on WhatsApp
Join and get latest news updates delivered to you via WhatsApp
‘ସୁରଦାସ୍’ ସିନେମାର ସଙ୍ଗୀତ ନିର୍ଦ୍ଦେଶନା ଦେଉଥିଲେ ଅଭିଜିତ ମଜୁମଦାର୍। ପପୁ ପମ୍ପମ୍ ଜେଲରୁ ମୁକୁଳିବା ପରେ ପ୍ରଥମେ ଏହି ଫିଲ୍ମର ମ୍ୟୁଜିକ୍ ସିଟିଂରେ ବି ଯୋଗ ଦେଇଥିଲେ। ମ୍ୟୁଜିକ୍ ସିଟିଂ ପରେ ଆଉ ‘ସୁରଦାସ’ ର ମୋର ଶବ୍ଦ ଶୁଭିଲା ନାହିଁ। ପ୍ରକାରାନ୍ତରେ କହିବାକୁ ଗଲେ ‘ସୁରଦାସ’ ଫିଲ୍ମଟି ଫ୍ଲୋରକୁ ଯାଇ ପାରିନଥିଲା। ଅର୍ଥାତ୍ ପପୁ ପମ୍ପମ୍ ‘ସୁରଦାସ’ ବନି ପାରି ନଥିଲେ।
ଯାହା ପପୁ ପମ୍ପମ୍ ବନି ପାରି ନଥିଲେ, ତାହା ଏବେ ବନିଯାଇଛନ୍ତି ଓଲିଉଡର ଷ୍ଟାର ସନ୍ ବାବୁସାନ୍। ହଁ ପପୁ ପମ୍ପମ୍ ସିନା ‘ସୁରଦାସ’ ବନିପାରିନଥିଲେ , ମାତ୍ର ବାବୁସାନ୍ ‘ଶ୍ରୀମାନ୍ ସୁରଦାସ’ ଅବଶ୍ୟ ବନିଗଲେ। କହିବାର ଅର୍ଥ ହେଲା ଯେ ତରଙ୍ଗ ସିନେ ପ୍ରଡକ୍ସନ୍ର ନୂଆ ସିନେମା ‘ଶ୍ରୀମାନ୍ ସୁରଦାସ’ର ଟାଇଟଲ ରୋଲରେ ଏବେ ଅଭିନୟ କରୁଛନ୍ତି ବାବୁସାନ୍।
‘ଶ୍ରୀମାନ୍ ସୁରଦାସ’ରେ କିନ୍ତୁ ପପୁ ପମ୍ପମ୍ ନାହାନ୍ତି। ଅବଶ୍ୟ ଆଗରୁ ବାବୁସାନ୍ଙ୍କ ସହିତ ସେ ‘ଲଭ୍ ଷ୍ଟେସନ୍’, ‘ସୁନା ପିଲା ଟିକେ ସ୍କୃ ଢିଲା’ ଏବଂ ‘ସୁନ୍ଦରଗଡ଼ର ସଲମାନ୍ ଖାନ୍’ ଭଳି ସିନେମାର ଜମେଇ ଦେଇଥିଲେ।
‘ଶ୍ରୀମାନ୍ ସୁରଦାସ’ରେ ବାବୁସାନଙ୍କ ବ୍ୟତୀତ ଭୂମିକା ଦାଶ, ମିହିର ଦାସ, ଅପରାଜିତା, ବୁଦ୍ଧାଦିତ୍ୟ, ଅଶ୍ରୁମୋଚନ ଓ ସଲିଳ ମିତ୍ର ପ୍ରମୁଖ ଅଭିନୟ କରୁଛନ୍ତି। ଅଶୋକ ପତି ଏହାର ନିର୍ଦ୍ଦେଶକ।