‘ଆମ ଓଡ଼ିଶା’ ଷ୍ଟଲ୍‌ରେ ସ୍ୱତନ୍ତ୍ର ଉପହାର ଯୋଜନା ଆଉ ଦୁଇ ଦିନ

ଭୁବନେଶ୍ୱର : ରାଜଧାନୀ ପୁସ୍ତକ ମେଳାରେ ଆଜି ମୁଖ୍ୟତଃ ୩ଟି ପୁସ୍ତକ ପାଇଁ ‘ଆମ ଓଡ଼ିଶା’ ଷ୍ଟଲ୍‌ରେ ପୁସ୍ତକ ପ୍ରେମୀମାନଙ୍କର ବିଶେଷ ଆଗ୍ରହ ପରିଲକ୍ଷିତ ହୋଇଥିଲା। ପ୍ରଥମଥର ପାଇଁ ମେଳାରେ ବିଖ୍ୟାତ ଲେଖକ ସୁରେନ୍ଦ୍ର ମହାନ୍ତିଙ୍କ ‘ଶେଷସ୍ତମ୍ଭ’ର ସମଗ୍ର ଲେଖା ପୁସ୍ତକ ଆକାରରେ ପ୍ରକାଶ ପାଇଛି। ୨୪୭ଟି ଲେଖାକୁ ନେଇ ୭୦୦ରୁ ଊର୍ଧ୍ୱ ପୃଷ୍ଠାର ଏହି ପୁସ୍ତକ ପ୍ରକାଶ ପାଇଛି। ଏହା ଉପରେ ଆକର୍ଷଣୀୟ ରିହାତି ମଧ୍ୟ ରହିଛି। ସେହିପରି ଅନ୍ୟ ଦୁଇଟି ପୁସ୍ତକ ଉପରେ ମଧ୍ୟ ସ୍ୱତନ୍ତ୍ର ଉପହାର ଯୋଜନା ରହିଛି। ଏବେ ପୁସ୍ତକମେଳା ପୁରସ୍କାରପ୍ରାପ୍ତ ପୁସ୍ତକ ‘ଶ୍ରୀମୟୀ ମା’ ଉପରେ ଆକର୍ଷଣୀୟ ରିହାତି ସହିତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଦ୍ୱାରା ଲିଖିତ ରାମକୃଷ୍ଣ କଥାମୃତର ପୁସ୍ତକ ‘ମାଲୁଣୀର ଫୁଲ’ ଉପହାର ଦିଆଯାଉଛି। ସେହିପରି ଅସିତ୍‌ ମହାନ୍ତିଙ୍କ ଦ୍ୱାରା ଲିଖିତ ‘ଶ୍ରୀଜଗନ୍ନାଥଙ୍କ ରସଗୋଲା’ ପୁସ୍ତକ କିଣିଲେ ଏହା ସହ ୫୦ ଟଙ୍କା ମୂଲ୍ୟର ରସଗୋଲା ଉପହାର ଦିଆଯାଉଥିବାରୁ ଏଥିପାଇଁ ପୁସ୍ତକପ୍ରେମୀଙ୍କ ମଧ୍ୟରେ ଆଗ୍ରହ ପରିଲକ୍ଷିତ ହୋଇଛି। ଏହି ଉପହାର ଯୋଜନା ପୁସ୍ତକମେଳାର ଶେଷ ଦିନ ପର୍ଯ୍ୟନ୍ତ ରହିବ। କେବଳ ସୀମିତ ସଂଖ୍ୟକ ପୁସ୍ତକ ଉପରେ ରିହାତି ରହିଥିବାରୁ ଶେଷ ଦୁଇଦିନ ତୁରନ୍ତ ଏହାର ସୁଯୋଗ ନେବାକୁ ‘ଆମ ଓଡ଼ିଶା’ ପକ୍ଷରୁ ଅନୁରୋଧ କରାଯାଇଛି।

ସମ୍ବନ୍ଧିତ ଖବର