ପଦ୍ମନାଭସ୍ୱାମୀ ମନ୍ଦିରରେ ଥିବା ଏକ ଗୁପ୍ତ କୋଠରିର ରହସ୍ୟ ଯାହାକୁ ଖୋଲିରେ ଦେଶରେ ଦେଖାଦେବ ବିତ୍ପାତ

ଭଗବାନ ବିଷ୍ଣୁଙ୍କୁ ସମର୍ପିତ ଶ୍ରୀ ପଦ୍ମନାଭସ୍ୱାମୀ ମନ୍ଦିର ତିରୁବନନ୍ତପୁର ଠାରେ ଅବସ୍ଥିତ। ଏଥିରେ ବିଷ୍ଣୁ ଅନନ୍ତଶୟନ ମୁଦ୍ରାରେ ବିଜେ କରିଛନ୍ତି। ତିରୁବତ୍ତର ଅନ୍ତର୍ଗତ ଶ୍ରୀ ଆଦିକେଶବପେରୁମଲ ମନ୍ଦିରର ଅବିକଳ ପ୍ରତିରୂପ ହେଉଛି ଏହି ମନ୍ଦିର। ଅନ୍ୟାନ୍ୟ ବହୁ ବିଖ୍ୟାତ ଜିନିଷ ବ୍ୟତୀତ ଏହି ମନ୍ଦିରରେ ରହିଛି ଗୋଟାଏ ଗୋପନ ଦ୍ୱାର ଯାହାକୁ ଖୋଲିବା କୌଣସି ମଣିଷ ପକ୍ଷେ ସମ୍ଭବପର ନୁହେଁ।

ମନ୍ଦିର ମଧ୍ୟରେ ରହିଛି ୬ଟି ପ୍ରକୋଷ୍ଠ। ତହିଁ ମଧ୍ୟରୁ ଭରତକ୍କୋନ୍‌ ପ୍ରକୋଷ୍ଠଟି ପଦ୍ମନାଭସ୍ୱାମୀଙ୍କର ଅତି ନିଜର। ଏହା ମନ୍ଦିର ଖଜଣାଗାରର ଅଂଶ ନୁହେଁ। ସେ ପବିତ୍ର ପ୍ରକୋଷ୍ଠରେ ରହିଛି ପଦ୍ମନାଭଙ୍କର ଅନ୍ୟ ଏକ ପ୍ରତିମୂର୍ତ୍ତି ଶ୍ରୀଚକ୍ରମ୍‌ ଏବଂ ଅନ୍ୟାନ୍ୟ ମୂଲ୍ୟବାନ ଦ୍ରବ୍ୟ।

୨୦୧୧ରେ ସୁପ୍ରିମ୍‌ କୋର୍ଟ ମନ୍ଦିରକୁ ଏକ ସାତଜଣିଆ ସଦସ୍ୟ ବିଶିଷ୍ଟ କମିଟି ପଠାଇଲେ। ମନ୍ଦିରର ମୁଖ୍ୟ ଟ୍ରଷ୍ଟିଙ୍କ ଉପସ୍ଥିତିରେ ମନ୍ଦିରରେ ଥିବା ଛଅଟି ଗୋପନ ଦ୍ୱାର ଖୋଲିଗଲା। ସୁବିଧା ପାଇଁ ଏହି ଦ୍ୱାର ସବୁକୁ ଏ, ବି, ସି, ଡି, ଇ ଏବଂ ଏଫ୍‌ ଭାବେ ନାମିତ କରାଯାଇଥିଲା।

ସେ ସବୁ ପ୍ରକୋଷ୍ଠ ଥିଲା ହୀରା ଗହଣା, ସୁନା ବାସନକୁସନ, ଅସ୍ତ୍ରଶସ୍ତ୍ର, ସ୍ୱର୍ଣ୍ଣପ୍ରତିମା, ସୁନାହାତୀ ମୂର୍ତ୍ତି, ୫୦୦ କିଲୋଗ୍ରାମ ଓଜନ ଏବଂ ୧୮ ଫୁଟ୍‌ ଳମ୍ବା ହୀରା ଗଳାହାର ଏବଂ ବିଭିନ୍ନ ଦେଶର ସ୍ୱର୍ଣ୍ଣମୁଦ୍ରା ଭରା ବସ୍ତା।

ମୁଖ୍ୟ ଦ୍ୱାର ‘ବି’ ଦ୍ୱାରକୁ ଛାଡ଼ି ବାକି ସବୁ ଦ୍ୱାର ବର୍ଷକୁ ପ୍ରାୟ ୮ ଥର ଖୋଲା ଯାଉଛି। ଏହି ଦ୍ୱାରକୁ ଅନେକେ ରହସ୍ୟମୟ, ପବିତ୍ର ଏବଂ ବିପଜ୍ଜନକ ବୋଲି କହୁଛନ୍ତି। ତେଣୁ ଏହାକୁ ଖୋଲିବା ବିପଜ୍ଜନକ।

ସେବେକାର ସିଦ୍ଧ ପୁରୁଷଙ୍କ ଦ୍ୱାରା ଏହା ନାଗବନ୍ଧନମ୍‌ ବା ନାଗଫାଶ ମନ୍ତ୍ର ଦ୍ୱରା ବନ୍ଦ କରାଯାଇଛି। ତେଣୁ ଏସବୁ ମନ୍ତ୍ର ବାବଦରେ ଜ୍ଞାନ ହାସଲ କରିଥିବା ଜଣେ କରିତକର୍ମା ସାଧୁ କିମ୍ବା ମାନ୍ତ୍ରିକ ଗରୁଡ଼ ମନ୍ତ୍ର ଉଚ୍ଚାରଣ କରି ଏହାକୁ ଖୋଲି ପାରିବେ।

ଏହାକୁ ଅମାନ୍ୟ କରି ମଣିଷ ସେ ଦ୍ୱାର ଖୋଲିବାକୁ ଉଦ୍ୟମ କଲେ ମନ୍ଦିର ପରିଧି ଚାରିପଟେ କିମ୍ବା ସମଗ୍ର ଭାରତରେ ବିତ୍ପାତ ଘଟିବ। କୁହାଯାଏ ଜଣେ ବେଦଜ୍ଞ ଏହି ଦ୍ୱାର ଖୋଲିବାକୁ ଉଦ୍ୟମ କରି ବିଫଳ ହୋଇଥିଲେ।

ସମ୍ବନ୍ଧିତ ଖବର