Latest Posts
ରାଜ୍ୟ
୨୪ ରାତି କିମ୍ବା ୨୫ ତାରିଖ ଭୋର ସମୟରେ ବାତ୍ୟା ସ୍ଥଳଭାଗ ଛୁଇଁବା ଆକଳନ
ବାତ୍ୟା ‘ଦାନା’କୁ ନେଇ ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ। ଏହା ପୁରୀ- ସାଗରଦୀପ ମଝିରେ ଲ୍ୟାଣ୍ଡଫଲ କରିବ। ୨୪ ତାରିଖ ରାତି କିମ୍ବା ୨୫ ତାରିଖ ଭୋର ସମୟରେ ବାତ୍ୟା ସ୍ଥଳଭାଗ ଛୁଇଁବା ନେଇ ସୂଚନା ଦିଆଯାଇଛି।
ଜିଲ୍ଲା
ବାର୍ହା ଆକ୍ରମଣରେ ୩ ଆହତ, ଜଣେ ଗୁରୁତର
ବ୍ରହ୍ମଗିରି ଥାନା ଡାହାଣୀଗଡିଆ ଗାଁରେ ଗୁରୁବାର ୨ଟି ବାର୍ହା ହଠାତ୍ ଗାଁ ଭିତରେ ପଶି ୪ ଜଣକୁ ଆକ୍ରମଣ କରିଛନ୍ତି। ଆକ୍ରମଣରେ ଜଣେ ଗୁରତର ହୋଇ ପୁରୀ ସଦର ଡାକ୍ତର ଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି...
ଖେଳ
୩୬ ବର୍ଷ ପରେ ଭାରତରେ ଟେଷ୍ଟ୍ ଜିତିଲା ନ୍ୟୁଜିଲାଣ୍ଡ
ନ୍ୟୁଜିଲାଣ୍ଡର ସାଢ଼େ ତିନି ଦଶନ୍ଧି ତଳର ସ୍ବପ୍ନ ଶେଷରେ ପୂରଣ ହୋଇଛି। ବେଙ୍ଗାଲୁରୁର ବର୍ଷା ପ୍ରଭାବିତ ମୁକାବିଲାକୁ ୮ ୱିକେଟ୍ରେ ଜିତି କିୱି ବାହିନୀ ୧୯୮୮ ମସିହା ପରେ ପ୍ରଥମ ଥର ଭାରତରେ କୌଣସି ଏକ ଟେଷ୍ଟ୍ ଜିତିବାର ଗୌରବମୟ ସଫଳତା ଲାଭ କରିଛି।
ରାଜନୀତି
ରାହୁଲ ଗାନ୍ଧୀଙ୍କୁ ନେଇ ସୋସିଆଲ ମିଡିଆରେ ପୋଷ୍ଟ ପାଇଁ କ୍ଷମା ମାଗିଲେ ବୁଦ୍ଧାଦିତ୍ୟ ମହାନ୍ତି
କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ସୋସିଆଲ ମିଡିଆରେ ପୋଷ୍ଟ ପାଇଁ ଓଲିଉଡର ଜଣାଶୁଣା ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଛନ୍ତି। ଭୁଲ୍ ବଶତଃ ଏଭଳି ପୋଷ୍ଟ କରିଥିଵା କହିଛନ୍ତି ବୁଦ୍ଧାଦିତ୍ୟ।
ଅପରାଧ
ବାଲିଅନ୍ତା ହାଟ ଭିତରେ ଯୁବକଙ୍କୁ ବିୟର ବୋତଲରେ ଆକ୍ରମଣକ; ଜଣେ ଅଟକ
ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତା ହାଟରେ ଜମିଜମା ବିବାଦ କାରଣରୁ ଆଜି ସନ୍ଧ୍ୟାରେ ଜଣେ ଯୁବକଙ୍କୁ ବିୟର ବୋତଲରେ ପ୍ରାଣାନ୍ତକ ଆକ୍ରମଣ ହୋଇଛି। ଆକ୍ରମଣରେ ଯୁବକ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ଆହତ ଯୁବକ ଜଣଙ୍କ ସଦର ଥାନ କୁଆଇଁଲୋ ଗ୍ରାମର ବିଶ୍ଵନାଥ ରାଉତ।
ମନୋରଞ୍ଜନ
ଅନ୍ୟକୁ ବଞ୍ଚାଇବା ପାଇଁ ସଲମାନ ଦୋଷ ନିଜ ମୁଣ୍ଡକୁ ନେଇଛନ୍ତି: ସିମି
କଳା ହରିଣର ଶିକାର କରିଥିବାରୁ ଏବେ ବଲିଉଡ ଅଭିନେତା ସଲମାନ ଖାନଙ୍କୁ ହତ୍ୟା ଧମକ ମିଳିବାରେ ଲାଗିଛି। ଏମଧ୍ୟରେ ଅଭିନେତ୍ରୀ ସିମି ଗ୍ରେୱାଲଙ୍କ ପୁରୁଣା ଟ୍ବିଟ ଭାଇରାଲ ହେଉଛି, ଯେଉଁଥିରେ ଅନ୍ୟକୁ ବଞ୍ଚାଇବା ପାଇଁ ସଲମାନ ଦୋଷ ନିଜ ମୁଣ୍ଡକୁ ନେଇଛନ୍ତି ବୋଲି ସେ ଲେଖିଥିଲ।