ଆସିକା: ଗଞ୍ଜାମ ଜିଲ୍ଲା କୋଟିନଡ଼ା ଥାନା ଡି ପଲ୍ ସ୍କୁଲ୍ ନିକଟରେ ଆଜି ଭୋର୍ ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଏକ ବସ୍ ଓ ସ୍କୁଟି ମୁହାଁମୁହିଁ ଧକ୍କା ହେବା ଫଳରେ ୨ ସ୍କୁଟି ଆରୋହୀଙ୍କ ମୃତ୍ୟୁ ଘଟିଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁଯାୟୀ, ଆଜି ଭୋର ପ୍ରାୟ ୫ଟା ବେଳେ ଆସିକାରୁ କଟକ ଆସୁଥିବା ଦୀପକ ନାମକ ଘରୋଇ ବସ୍ (ଓଆର୍ -୨୨ ୩୧୯୮)ର କୋଟିନଡ଼ା ଥାନା ଡି ପଲ୍ ସ୍କୁଲ୍ ନିକଟରେ ଏକ ସ୍କୁଟି (ଓଡି-୦୭-ଏନ୍-୧୯୬୫) ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଏହାଫଳରେ ଘଟଣାସ୍ଥଳରେ ସ୍କୁଟିରେ ଯାଉଥିବା ଦୁଇ ଯୁବକଙ୍କ ପ୍ରାଣହାନି ଘଟିଥିଲା। ଦୁଇ ମୃତକ ହେଲେ ଗୋଷାଣି ନୂଆଗାଁର କୁନାଲ ସାହୁ ଓ କେ.ରାଜେଶ। ଉଭୟେ ନିଜ ଗାଁକୁ ଫେରୁଥିଲେ। ଘଟଣାସ୍ଥଳରେ କୋଟିନଡ଼ା ଥାନା ପୁଲିସ ପହଞ୍ଚି ବସ୍ ଓ ସ୍କୁଟିକୁ ଜବତ କରିବା ସହ ବସ୍ ଚାଳକଙ୍କୁ ଅଟକ ରଖିଛି। ଉଭୟ ଶବକୁ ଜବତ କରି ବ୍ୟବଚ୍ଛେଦ ଲାଗି ପଠାଇଛି ପୁଲିସ।