ଭୁବନେଶ୍ବର: ବିଏମ୍ସିର ନୂଆ କମିସନର ଭାବେ ପ୍ରେମଚନ୍ଦ୍ର ଚୌଧୁରୀ ଆଜି ପୂର୍ବାହ୍ନରେ ଦାୟିତ୍ବ ଗ୍ରହଣ କରିଛନ୍ତି। ଦାୟିତ୍ବ ନେବା ପରେ ସେ ବିଏମ୍ସିର ସମସ୍ତ ବିଭାଗର ଅଧିକାରୀମାନଙ୍କ ସହ ଆଲୋଚନା କରି କିପରି କାର୍ଯ୍ୟ କରିବାକୁ ହେବ, ସେ ନେଇ ପରାମର୍ଶ ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଶ୍ରୀ ଚୌଧୁରୀ ସମସ୍ତ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି ଯେ ବିଏମ୍ସିକୁ କେହି ଅଭିଯୋଗ ନେଇ ଆସୁଥିଲେ, ତାଙ୍କୁ ଧୈର୍ଯ୍ୟର ସହ ସେମାନେ ଶୁଣିବେ। ଅଭିଯୋଗକାରୀ ଯେପରି ଅନୁଭବ କରିବ ଯେ କର୍ତ୍ତୃପକ୍ଷ ତା’ର ଅଭିଯୋଗ ଶୁଣୁଛନ୍ତି। ବିଏମ୍ସିକୁ ଆସୁଥିବା ପ୍ରତ୍ୟେକ ଲୋକଙ୍କ ପ୍ରତି ଉତ୍ତମ ଆଚରଣ କରିବା ସହ ସମସ୍ତ ସମସ୍ୟାର କିପରି ତ୍ବରିତ ସମାଧାନ ହୋଇପାରିବ, ସେ ନେଇ ଅଧିକାରୀମାନେ ଆବଶ୍ୟକୀୟ ପଦକ୍ଷେପ ନେବେ। ଯେଉଁଠି ଅସୁବିଧା ରହିବ, ତାହାକୁ ତାଙ୍କ ନଜରକୁ ଆଣିବାକୁ ନୂଆ କମିସନର ସମସ୍ତ ବିଭାଗର ମୁଖ୍ୟମାନଙ୍କୁ କହିଛନ୍ତି। ଆଜି ଶ୍ରୀ ଚୌଧୁରୀ ପରିମଳ, ନଗର ସ୍ବାସ୍ଥ୍ୟ, ଅର୍ଥ, ଟିକସ, ରାଜସ୍ବ, ଡ୍ରେନେଜ୍, ପ୍ଲାନିଂ, ହାଉସିଂ ଆଦି ବିଭାଗର କାର୍ଯ୍ୟଶୈଳୀ ବିଷୟରେ ଆଲୋଚନା କରିଥିଲେ।