ଲଣ୍ଡନରେ ୩ ଶିଖ୍ ଯୁବକଙ୍କୁ ଛୁରି ଭୁସି ହତ୍ୟା, ୨ ଗିରଫ
ଲଣ୍ଡନ୍: ଲଣ୍ଡନ୍ରେ ୩ ଜଣ ଶିଖ୍ ଯୁବକଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି। ମିଳିଥିବା ସୂଚନାନୁଯାୟୀ ଗତକାଲି ସନ୍ଧ୍ୟାରେ ସେଭେନ୍ କିଙ୍ଗ୍ସର ଏଲ୍ମଷ୍ଟେଡ୍ ରୋଡ୍ରେ ଶିଖ୍ ସମ୍ପ୍ରଦାୟର ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ହୋଇଥିଲା। ପରେ ଏହି ବିବାଦ ଅତ୍ୟନ୍ତ ଭୟଙ୍କର ରୂପ ନେବାରୁ ୩ ଜଣଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି। ଉକ୍ତ ମାମଲାରେ ୨ ଜଣ ଗିରଫ ହୋଇଛନ୍ତି। ତେବେ ମୃତକ ଏବଂ ଅଭିଯୁକ୍ତ ପରସ୍ପର ପରସ୍ପରକୁ ଜାଣିଥିବା ଜଣାପଡ଼ିଛି। ସମସ୍ତ ମୃତକଙ୍କ ବୟସ ୨୦ରୁ ୩୦ ବର୍ଷ ମଧ୍ୟରେ ଏବଂ ସେମାନେ ଶିଖ୍ ସମ୍ପ୍ରଦାୟର ବୋଲି ଜଣାପଡ଼ିଛି। ପୁଲିସ ଉକ୍ତ ଘଟଣାରେ ତଦନ୍ତ ଆରମ୍ଭ କରିଦେଇଛି।