ବାରଙ୍ଗ : କମ୍ ଉପସ୍ଥାନ ଯୋଗୁଁ ସରକାରଙ୍କ ବିଦ୍ୟାଳୟ ବନ୍ଦ ନିଷ୍ପତ୍ତି ପ୍ରତିବାଦରେ ବିଦ୍ୟାଳୟ ସୁରକ୍ଷା କମିଟି ଓ ଏଆଇଡିଏସ୍ଓ ପକ୍ଷରୁ ଆଜି ବାରଙ୍ଗ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସେମାନଙ୍କ ଅଭିଯୋଗ ହେଲା, ରାଜ୍ୟ ସରକାର କମ୍ ଉପସ୍ଥାନ ଆଳରେ ବାରଙ୍ଗ ବ୍ଲକର ୨୯ଟି ବିଦ୍ୟାଳୟ ସମେତ କଟକ ଜିଲ୍ଲାର ୪୪୮ଟି ଓ ସାରା ରାଜ୍ୟର ପ୍ରାୟ ୧୪,୩୭୯ଟି ବିଦ୍ୟାଳୟ ବନ୍ଦ କରିବା ପାଇଁ ନେଇଛନ୍ତି। ତେଣୁ ଏହି ନିଷ୍ପତ୍ତିକୁ ତୁରନ୍ତ ପ୍ରତ୍ୟାହାର କରିବା ସହ ବିଦ୍ୟାଳୟଗୁଡ଼ିକର ଭିତ୍ତିଭୂମି ମଜଭୁତ୍ କରିବାକୁ ସେମାନେ ଦାବି କରିଥିଲେ। ନଚେତ୍ ଆଗାମୀ ଦିନରେ ଏହି ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ ବୋଲି ଚେତାବନୀ ଦେଇଥିଲେ। ଏହି ଅବସରରେ ସଂଗଠନଦ୍ବୟ ପକ୍ଷରୁ ବିଇଓଙ୍କୁ ୪ଦଫା ସମ୍ବଳିତ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ଏଆଇଡିଏସଓ, ବାରଙ୍ଗ ଆଞ୍ଚଳିକ କମିଟିର ସମ୍ପାଦିକା ଭାଗ୍ୟଶ୍ରୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରତିବାଦ ସଭାରେ ଏଆଇଡିଏସଓ ରାଜ୍ୟ ଉପ ସଭାପତି ସିଦ୍ଧାର୍ଥ ରଥ, ଜିଲ୍ଲା ସଭାପତି ଭାଗ୍ୟରବି ଦାସ, ଅଭିରାମ ବେହେରା, ଛାତ୍ର ନେତା ରାଜେଶ ରାଉତ, ବିଦ୍ୟାଳୟ ସୁରକ୍ଷା କମିଟି ପକ୍ଷରୁ କିଶୋର ବେହେରା, ପ୍ରଭାକର ବେହେରା, ବସନ୍ତ ବେହେରା, ଟିକା ସାମଲ, ଅଶୋକ ବେହେରା, ନଳିନୀ ପାଇଟାଲ, କିଶୋର ପାଇଟାଲ, ଝରଣା ଦାସ, ଡଲି ପ୍ରଧାନ, ପ୍ରଶାନ୍ତ ବେହେରା, ସସ୍ମିତା ପାଇଟାଲ, ସୁଜାତା ଓଝା, ଡଲି ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ବିକ୍ଷୋଭ ପ୍ରଦର୍ଶନ କରିଥିଲେ।