ଭୁବନେଶ୍ବର : ଓଡ଼ିଆ ଝିଅ ସୁନନ୍ଦନା ରାଉତରାୟ ‘ଲିଟିଲ୍ କୁଇନ୍ ଅଫ୍ ଇଣ୍ଡିଆ’ ବିବେଚିତ ହୋଇଛନ୍ତି। ଚଳିତ ବର୍ଷର ‘ଲିଟିଲ୍ କିଙ୍ଗ୍ ଆଣ୍ଡ୍ କୁଇନ୍ ଅଫ୍ ଇଣ୍ଡିଆ ବିୟୁଟି ପାଜେଣ୍ଟ’ରେ ଭାଗ ନେଇ ସେ ଏହି ମୁକୁଟ ଜିତିଛନ୍ତି। ଡି. ଫୋକସ୍ ଏଣ୍ଟରଟେନ୍ମେଣ୍ଟ୍ ଇଣ୍ଡିଆ ଅହମ୍ମଦାବାଦରେ ଏହି ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏଥିରେ ଦେଶର ସମସ୍ତ ରାଜ୍ୟରୁ ଅନେକ କୁନି ମଡେଲ ଅଂଶଗ୍ରହଣ କରିଥିଲେ। ସୁନନ୍ଦନା ଏହି ପ୍ରତିଯୋଗିତା ଜିତିଥିବା ବେଳେ ଚଳିତ ବର୍ଷ ଇଣ୍ଟରନ୍ୟାସ୍ନାଲ୍ ପାଜେଣ୍ଟ୍ରେ ଭାରତର ପ୍ରତିନିଧିତ୍ବ କରିବେ। ୮ ବର୍ଷୀୟା ସୁନନ୍ଦନା ଏବେ ଭୁବନେଶ୍ବରସ୍ଥିତ ସାଇ ଇଣ୍ଟରନ୍ୟାସ୍ନାଲ୍ ସ୍କୁଲରେ ଅଧ୍ୟୟନ କରୁଛନ୍ତି। ସେ ଆଇନଜୀବୀ ସୁମନ ରାଉତରାୟ ଓ ଶ୍ରୀୟାସ୍ମିତା ରାଉତରାୟଙ୍କ ଏକମାତ୍ର କନ୍ୟା।