କଟକ : କଟକ କ୍ଲବ୍ର ୧୫୬ ବର୍ଷ ଇତିହାସରେ ପ୍ରଥମ ଥର ପାଇଁ ଜଣେ ମହିଳା ସଭାପତି ପଦରେ ବସିବାକୁ ଯାଉଛନ୍ତି। ବିଶିଷ୍ଟ ଶିକ୍ଷାବିତ୍ ତଥା ଶୈଳବାଳା ମହିଳା ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷା ଡକ୍ଟର ସ˚ଯୁକ୍ତା ମହାପାତ୍ର କ୍ଲବ୍ର ନୂତନ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସେ ହେଉଛନ୍ତି ସ୍ବନାମଧନ୍ୟ ଡାକ୍ତର ସ୍ବର୍ଗତ ଗିରିଧାରୀ ମହାପାତ୍ରଙ୍କ କନ୍ୟା ଓ ଡକ୍ଟର ବିଶ୍ବମ୍ବର ରାଜଗୁରୁଙ୍କ ବୋହୂ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ, ୧୮୬୫ ମସିହାରୁ ଇ˚ରେଜମାନଙ୍କ ଦ୍ବାରା ସ୍ଥାପିତ କଟକ କ୍ଲବ୍ରେ ପ୍ରଥମେ ଭାରତୀୟମାନଙ୍କୁ ସଦସ୍ୟ ଭାବେ ନିଆଯାଉ ନ ଥିଲା। ୧୯୬୦ ମସିହାରେ କ୍ଲବ୍ର ପ୍ରଥମ ଓଡ଼ିଆ ସଭାପତି ଭାବେ କନିକା ମହାରାଜା ଦାୟିତ୍ବ ଗ୍ରହଣ କରିଥିଲେ। ତେବେ ୧୫୬ ବର୍ଷ ମଧ୍ୟରେ ପ୍ରଥମଥର ପାଇଁ ଶ୍ରୀମତୀ ମହାପାତ୍ର କ୍ଲବ୍ର ପ୍ରଥମ ମହିଳା ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ରବିବାର ହୋଇଥିବା ନିର୍ବାଚନରେ ଶ୍ରୀମତୀ ମହାପାତ୍ରଙ୍କ ବ୍ୟତୀତ ଉପ-ସଭାପତି ଭାବେ ଜନ୍ମେଜୟ ମହାପାତ୍ର, ସମ୍ପାଦକ ଭାବେ ସାତ୍ବକୀ ଘୋଷ, ସହ-ସମ୍ପାଦକ ଭାବେ ସତ୍ୟମୋହନ ରଥ ଓ କୋଷାଧ୍ୟକ୍ଷ ଭାବେ କମଲ୍ ଦାସ ନିର୍ବାଚିତ ହୋଇଛନ୍ତି। ଏମାନଙ୍କ ବ୍ୟତୀତ କାର୍ଯ୍ୟନିର୍ବାହୀ କମିଟି ସଦସ୍ୟ ଭାବେ ଅବଦୁଲ ରାହୁଫ ସଲାତ, ଆଲୋକ ପଟସିଆ, ଗିରୀଶ କୁମାର ମୋଦି, ଗୋପାଳ ଅଗ୍ରଵାଲ, ରଘୁନାଥ ଭୂତ, ରାଜନାଥ ରାୟ, ସମ୍ବିତ ଦାଶ, ଶ୍ୟାମ ଅଗ୍ରଵାଲ, ବିଜୟ ସ୍ବାଇଁ ପ୍ରମୁଖ ନିର୍ବାଚିତ ହୋଇଛନ୍ତି। ମୁଖ୍ୟ ନିର୍ବାଚନ ଅଧିକାରୀ ଡକ୍ଟର ନିଶିକାନ୍ତ କର, ପୂର୍ବତନ ସଭାପତି ଭରତେନ୍ଦୁ ପରିଜା, ପୂର୍ବତନ ସମ୍ପାଦକ ଡାକ୍ତର ଦେବାନନ୍ଦ ମହାପାତ୍ର ନିର୍ବାଚନ ଫଳାଫଳ ଘୋଷଣା କରିଥିଲେ।