ଓ୍ଵାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପଙ୍କ ଆଉ ଏକ ଯୌନ କେଳେଙ୍କାରୀ ମାମଲାର ପର୍ଦ୍ଦାଫାସ ହୋଇଛି। ଜଣେ ମଡେଲଙ୍କ ସହ ଟ୍ରମ୍ପଙ୍କର ୯ ମାସର ଅବୈଧ ସମ୍ପର୍କ ଥିବା ମଡେଲ ଜଣଙ୍କ କହିଛନ୍ତି। ପ୍ଲେ-ବଏ ମାଗାଜିନକୁ ସାକ୍ଷାତକାର ଦେଇ ପୂର୍ବତନ ମଡେଲ କେରନ ମୈଡୋଗୁଲ୍ ଏ ବାବଦରେ ଚାଞ୍ଚଲ୍ୟକର ତଥ୍ୟ ପ୍ରଘଟ କରିଛନ୍ତି। ସେ କହିଛନ୍ତି ଯେ, ଟ୍ରମ୍ପ୍ଙ୍କ ପତ୍ନୀ ମେଲାନିଆ ଗର୍ଭବତୀ ଥିବାବେଳେ ଟ୍ରମ୍ପ ୨୦୦୬ ମସିହାରେ ତାଙ୍କ ସହ ସମ୍ପର୍କ ରଖିଥିଲେ। ସେମାନଙ୍କ ମଧ୍ୟରେ ୬ ମାସ ପାଇଁ ଶାରୀରିକ ସଂପର୍କ ଥିଲା ବୋଲି ସେ କହିଛନ୍ତି । ରାଷ୍ଟ୍ରପତି ହେବାପରେ ଟ୍ରମ୍ପଙ୍କ ନାମରେ ଏହିଭଳି ଦୁଇଟି ଅଭିଯୋଗ ଆସିଲାଣି। କିନ୍ତୁ ହ୍ଵାଇଟ ହାଉସ୍ ମଡେଲ କେରନଙ୍କ ମନ୍ତବ୍ୟ ଉପରେ କୌଣସି ପ୍ରତିକ୍ରିୟା ଦେଇନଥିବା ଜଣାପଡ଼ିଛି। ଗଣମାଧ୍ୟମ ପ୍ରତିନିଧିମାନେ ମଧ୍ୟ ଏ ସମ୍ପର୍କରେ ଟ୍ରମ୍ପଙ୍କ ପତ୍ନୀ ମେଲାନିଆଙ୍କୁ ସାକ୍ଷାତ କରିବାକୁ ଯିବାବେଳେ ସେମାନଙ୍କୁ ବାରଣ କରାଯାଇଛି। କେରନ୍ଙ୍କ କହିବା ମୁତାବକ, ଏହି ଘଟଣାକୁ ପ୍ରଘଟ ନକରିବାକୁ ଟ୍ରମ୍ପ ତାଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇଥିଲେ। କିନ୍ତୁ ରାଷ୍ଟ୍ରପତି ନିର୍ବାଚନକୁ ଇତି ମଧ୍ୟରେ ୨ବର୍ଷ ବିତି ଯାଇଥିଲେ ମଧ୍ୟ ଟ୍ରମ୍ପ ତାଙ୍କ ପ୍ରତିଶ୍ରୁତି ମୁତାବକ ୧ଲକ୍ଷ ୫୦ ହଜାର ଡଲାର ଦେଇନଥିବା ସେ ଅଭିଯୋଗ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଉଲ୍ଲେଖଯୋଗ୍ୟ, ପର୍ନଷ୍ଟାର ଷ୍ଟେଫନି କ୍ଲିଫୋର୍ଡ ମଧ୍ୟ ପୂର୍ବରୁ ଟ୍ରମ୍ପଙ୍କ ସହ ତାଙ୍କର ଶାରୀରିକ ସମ୍ପର୍କ ଥିବା ଦାବି କରିଛନ୍ତି। କ୍ଲିଫୋର୍ଡଙ୍କ କହିବା ମୁତାବକ, ତାଙ୍କ ସହ ଥିବା ସମ୍ପର୍କ ବିଷୟରେ କାହାକୁ ନ କହିବା ପାଇଁ ଟ୍ରମ୍ପଙ୍କ ଓକିଲ ତାଙ୍କୁ ୧ଲକ୍ଷ ୩୦ହଜାର ଡଲାର ମଧ୍ୟ ଦେଇଥିଲେ।