ଅମ୍ବାନିଙ୍କ ଝିଅ ଇଶା ଜନ୍ମ ଦେଲେ ଯାଁଳା ସନ୍ତାନ

ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ମୁଖ୍ୟ ମୁକେଶ ଅମ୍ବାନିଙ୍କ ଝିଅ ଇଶା ଅମ୍ବାନି ଯାଁଳା ସନ୍ତାନକୁ ଜନ୍ମ ଦେଇଛନ୍ତି। ପିରାମଲ୍‌ ଗ୍ରୁପ୍‌ର ମୁଖ୍ୟ ଅଜୟ ପିରାମଲଙ୍କ ପୁଅ ଆନନ୍ଦ ପିରାମଲଙ୍କୁ ଇଶା ବିବାହ କରିଥିଲେ। ଇଶାଙ୍କ ଯମଜ ସନ୍ତାନଙ୍କ ମଧ୍ୟରେ ଗୋଟିଏ ପୁଅ ଏବଂ ଅନ୍ୟଟି ଝିଅ। ପୁଅର ନାମ କ୍ରିଷ୍ଣା ଏବଂ ଝିଅ ନାମ ଆଦିୟା ରଖାଯାଇଛି। ୨୦୧୮ ଡିସେମ୍ବରରେ ଇଶା ଓ ଆନନ୍ଦଙ୍କ ବିବାହ ହୋଇଥିଲା। ସଂଯୋଗର ବିଷୟ ହେଉଛି ଇଶା ହେଉଛନ୍ତି ମୁକେଶଙ୍କ ଯମଜ ସନ୍ତାନ ମଧ୍ୟରୁ ଜଣେ। ମୁକେଶଙ୍କ ବଡ଼ ପୁଅ ଆକାଶ ଓ ଇଶା ଯାଁଳା ସନ୍ତାନ ଭାବେ ଜନ୍ମ ହୋଇଥିଲେ।

ସମ୍ବନ୍ଧିତ ଖବର